ଲତା ମଙ୍ଗେସକରଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର

ମୁମ୍ବାଇ : ପ୍ରସିଦ୍ଧ ଗାୟିକା ଲତା ମଙ୍ଗେସଙ୍ଗରଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି। ନିମୋନିଆ ଓ କରୋନାରେ ସଂକ୍ରମିତ ହୋଇ ଲତା ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲ ଆଇସିୟୁରେ ଗତ କିଛିଦିନ ହେଲା ଚିକିତ୍ସିତ ହେଉଛନ୍ତି। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି ବୋଲି ରବିବାର କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ତାଙ୍କୁ ଭେଟିବାକୁ କାହାରିକୁ ଦିଆଯାଉ ନାହିଁ। ସ୍ଥିତିରେ ସୁଧାର ପାଇଁ ଅଧିକ ସମୟ ଲାଗିବ ବୋଲି ଡାକ୍ତରମାନେ କହୁଥିବା ରିପୋର୍ଟ ଆସିଥିଲା। କିନ୍ତୁ ଏହି ରିପୋର୍ଟକୁ ଲତାଙ୍କ ପ୍ରବକ୍ତା ଖଣ୍ଡନ କରିଛନ୍ତି। ଲତା ଦିଦିଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି। ମିଛ ଖବର ପ୍ରସାରିତ ହେଉଥିବାରୁ ଏହା ତାଙ୍କୁ ବ୍ୟଥିତ କରିଛି ବୋଲି ପ୍ରବକ୍ତା ଜଣକ କହିଛନ୍ତି। ଆଇସିୟୁରେ ଦକ୍ଷ ଡାକ୍ତରମାନେ ତାଙ୍କର ଚିକିତ୍ସା କରୁଛନ୍ତି। ତାଙ୍କର ଆଶୁ ଆରୋଗ୍ୟ ପାଇଁ ସ‌ମସ୍ତେ ପ୍ରାର୍ଥନା କରନ୍ତୁ ବୋଲି ପ୍ରବକ୍ତା ଜଣକ ତାଙ୍କ ବିବୃତିରେ କହିଛନ୍ତି।

ସମ୍ବନ୍ଧିତ ଖବର