ଅଯୋଧ୍ୟାରେ ଲତା ମଙ୍ଗେସକର ଛକ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ

ଯୁଗ ଯୁଗ ଧରି ଲତାଜୀଙ୍କ କଣ୍ଠ ସ୍ୱର ଏହି ଦେଶର ପ୍ରତ୍ୟେକ ଧୂଳିକଣାକୁ ସଂଯୋଗ କରୁଥିବ: ମୋଦୀ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ଲତା ମଙ୍ଗେସନର ଛକକୁ ଆଜି ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ଅବସରରେ ସେ ଭିଡିଓ ବାର୍ତ୍ତା ଜରିଆରେ ସମବେତ ଜନତାଙ୍କୁ ଉଦବୋଧନ ଦେଇଛନ୍ତି। ସମେବତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ଭାରତୀୟଙ୍କ ସ୍ନେହ ଓ ସମ୍ମାନର ମୂର୍ତ୍ତିମନ୍ତ ପ୍ରତୀକ ଲତା ଦିଦିଙ୍କ ଜନ୍ମ ଦିବସକୁ ପାଳନ କରିଛନ୍ତି। ଲତା ଜୀ ମା’ ସରସ୍ୱତୀଙ୍କ ସେହିପରି ଜଣେ ଆଶାର୍ଥୀ ଯିଏ ନିଜର ଦିବ୍ୟ ସ୍ୱର ବଳରେ ଜଗତକୁ ସ୍ତବ୍ଧ କରି ଦେଇଥିଲେ। ଲତାଜୀ ସାଧନା କଲେ ଓ ଆମେ ସମସ୍ତେ ବରପ୍ରାପ୍ତ ହେଲୁ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ । ଶ୍ରୀ ମୋଦୀ କହିଥିଲେ ଯେ ଅଯୋଧ୍ୟାର ଲତା ମଙ୍ଗେସକର ଚୌକରେ ସ୍ଥାପିତ ବୃହତ ବୀଣା ସଂଗୀତ ସାଧନାର ପ୍ରତୀକ ହେବ । ଛକ ପରିସରରେ ଥିବା ହ୍ରଦର ଜଳସ୍ରୋତରେ ମାର୍ବଲ ତିଆରି ୯୨ଟି ଧଳା କଇଁ ଫୁଲ ଲତାଜୀଙ୍କ ଜୀବନକାଳକୁ ଦର୍ଶାଉଛି ବୋଲି ଶ୍ରୀ ମୋଦୀ କହିଥିଲେ।

ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶ ସରକାର ଓ ଅଯୋଧ୍ୟା ବିକାଶ କର୍ତ୍ତୃପକ୍ଷଙ୍କୁ ଏପରି ଅଭିନବ ଉଦ୍ୟମ ନିମନ୍ତେ ଅଭିନନ୍ଦନ ଜଣାଇବା ସହ ସମଗ୍ର ଦେଶବାସୀଙ୍କ ପକ୍ଷରୁ ଲତାଜୀଙ୍କୁ ହାର୍ଦ୍ଦିକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଲତା ଦିଦିଙ୍କ ଜନ୍ମ ଦିବସ ଅନେକ ଭାବନାତ୍ମକ ଓ ସ୍ନେହଭରା ସ୍ମୃତିକୁ ମନେପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେ ଯେତେବେଳେ ତାଙ୍କ ସହ କଥା ହୋଇଛନ୍ତି ଲତା ଦିଦିଙ୍କ ପରିଚିତ ସ୍ୱରର ମଧୁରତା ତାଙ୍କୁ ଅଭିଭୂତ କରିଛି । ପ୍ରଧାନମନ୍ତ୍ରୀ ମନେ ପକାଇ କହିଥିଲେ ଯେ ଦିଦି ଅନେକ ଥର ମତେ କହିଛନ୍ତି ଯେ ମଣିଷ ତା’ ବୟସ ଦ୍ୱାରା ପରିଚିତ ହୁଏ ନାହିଁ, ତା’ର କାର୍ଯ୍ୟ ଦ୍ୱାରା ପରିଚିତ ହୁଏ ।

ଯିଏ ଦେଶ ପାଇଁ ଯେତେ ଅଧିକ କରିଛି, ସେ ସେତେ ମହାନ । ଶ୍ରୀ ମୋଦୀ ଆହୁରି କହିଥିଲେ ଯେ ମୋର ବିଶ୍ୱାସ ଯେ ଲତା ଅଯୋଧ୍ୟାର ଲତା ମଙ୍ଗେସକର ଛକ ଓ ତାଙ୍କ ସହ ରହିଥିବା ସବୁ ସ୍ମୃତି ଆମକୁ ଦେଶ ପ୍ରତି ନିଜର କର୍ତ୍ତବ୍ୟ ସମ୍ପାଦନ ପାଇଁ ସମର୍ଥ କରିବ।

ରାମ ମନ୍ଦିର ଭୂମି ପୂଜନ ଅଯୋଧ୍ୟାରେ ହେବା ପରେ ପ୍ରଧାନମନ୍ତ୍ରୀ ଲତା ଦିଦିଙ୍କ ଠାରୁ ଏକ କଲ୍ ପାଇଥିବା ସ୍ମୃତିଚାଣ କରି ଲତା ଦିଦି ଏ ପରି ଘଟଣାକ୍ରମ ନେଇ କିପରି ସନ୍ତୋଷ ପ୍ରକଟ କରିଥିଲେ ତାହା କହିଥିଲେ । ପ୍ରଧାନମନ୍ତ୍ରୀ, ଲତା ଦିଦିଙ୍କ ଦ୍ୱାରା ବୋଲା ହୋଇଥିବା ଏକ ସଂଗୀତ “ମନ କୀ ଅଯୋଧ୍ୟା ତବତକ ସୁନୀ, ଜବତକ ରାମ ନା ଆୟେ”କୁ ମନେ ପକାଇ ଅଯୋଧ୍ୟାରେ ଭବ୍ୟ ମନ୍ଦିରକୁ ପ୍ରଭୁ ଶ୍ରୀରାମଙ୍କ ଆଗମନ ଖୁବଶୀଘ୍ର ହେଉଛି ବୋଲି କହିଥିଲେ । ଲତା ଦିଦି ଯେ କୋଟି କୋଟି ଜନତାଙ୍କ ହୃଦୟରେ ରାମଙ୍କୁ ବସାଇ ପାରିଥିଲେ । ସେ ଏବେ ସବୁଦିନ ନିମନ୍ତେ ଅଯୋଧ୍ୟାର ପବିତ୍ର ନଗରି ସହ ଯୋଡ଼ି ହୋଇଯାଇଛନ୍ତି ବୋଲି ଶ୍ରୀ ମୋଦୀ କହିଥିଲେ । ରାମଚରିତ ମାନସରୁ ଉଦ୍ଧାର କରି ପ୍ରଧାନମନ୍ତ୍ରୀ ଗାଇଥିଲେ- “ରାମତେ ଅଧିକ, ରାମ କରେ ଦାଶା, ଯାହାର ଅର୍ଥ ହେଲା ଭଗବାନ ରାମଙ୍କ ଭକ୍ତମାନେ ଭଗବାନଙ୍କ ଆସିବା ଆଗରୁ ପହଂଚିଯାଇଛନ୍ତି । ସେ ଦୃଷ୍ଟିରୁ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହେବା ଆଗରୁ ଲତା ମଙ୍ଗେସକର ଛକ ତାଙ୍କ ସ୍ମୃତିରେ ତିଆରି ହୋଇସାରିଛି। ଯୁଗ ଯୁଗ ଧରି ଲତା ଦିଦିଙ୍କ ସ୍ୱର ଦେଶର ପ୍ରତ୍ୟେକ ଧୂଳିକଣାରେ ଯୋଡ଼ି ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ସମ୍ବନ୍ଧିତ ଖବର