ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ, କିନ୍ତୁ ସୁଧାର ଆସୁଛି : ହସପିଟାଲ

ମୁମ୍ବାଇ : ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେବି ଗୁରୁତର ରହିଛି । କିନ୍ତୁ ଗତକାଲି ତୁଳନାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିବା ବ୍ରିଚ୍‌ କାଣ୍ଡି ହସପିଟାଲ ପକ୍ଷରୁ କୁହାଯାଇଛି । ସେ ଏବେ ବି ହସପିଟାଲର ଇଣ୍ଟେନସିଭ କେୟାର ୟୁନିଟ (ଆଇସିୟୁ)ରେ ଥିବା ହସପିଟାଲ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି । ଅନ୍ୟପକ୍ଷରେ ଲତାଙ୍କ ଅଫିସ ପକ୍ଷରୁ କୁହାଯାଇଛି ଯେ ତାଙ୍କର ଅବସ୍ଥା ସ୍ଥିର ରହିଛି ।
ନିଶ୍ୱାସ ନେବାର ସମସ୍ୟା ଓ ଛାତିରେ ଯନ୍ତ୍ରଣା ଯୋଗୁଁ ୧୧ ତାରିଖ ରାତି ୨ଟା ବେଳେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ବରିଷ୍ଠ ଡାକ୍ତର ଫାରୁକ ଉଦଓ୍ଵାଦିଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ତାଙ୍କୁ ଚିକିତ୍ସା କରିଥିଲେ । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି କହିଛନ୍ତି ତାଙ୍କ ଝିଆରୀ ରଚନା ।
ଗତ ସେପ୍ଟେମ୍ବର ୨୮ ତାରିଖରେ ସେ ୯୦ ବର୍ଷରେ ପଦାର୍ପଣ କରିଥିଲ । ପ୍ରାୟ ୩୬ଟି ଭାରତୀୟ ଭାଷାରେ ଗୀତ ଗାଇଥିବା ଲତା ମଙ୍ଗେସକରଙ୍କୁ ଗତ ୨୦୦୧ ମସିହାରେ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯାଇଥିଲା । କେବଳ ହିନ୍ଦୀ ଚଳଚ୍ଚିତ୍ରରେ ସେ ୧୦୦୦ରୁ ଅଧିକ ଗୀତ ଗାଇଛନ୍ତି ।

ସମ୍ବନ୍ଧିତ ଖବର