ନୂଆଦିଲ୍ଲୀ: କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକରଙ୍କ ସମ୍ମାନାର୍ଥେ ଏକ ଡାକ ଟିକଟ ଉନ୍ମୋଚନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏ ବିଷୟରେ କେନ୍ଦ୍ର ରେଳ, ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ, ଏହି ପୋଷ୍ଟାଲ ଷ୍ଟାମ୍ପ ଭାରତର ବୁଲ୍ବୁଲ୍ଙ୍କ ପାଇଁ ଉପଯୁକ୍ତ ସମ୍ମାନ ହେବ। ଏହି ଟିକଟ ହେବ ଏକ ସ୍ମାରକ ଟିକଟ। ଡାକ ବିଭାଗର କହିବା ଅନୁସାରେ ସ୍ମାରକ ଟିକଟଗୁଡ଼ିକ ଗୁରୁତ୍ବପୂର୍ଣ୍ଣ ଘଟଣା, ବସ୍ତୁ ବା ବ୍ୟକ୍ତିଙ୍କୁ ମନେ ରଖିବା ଓ ମନେ ପକାଇବା ପାଇଁ ତିଆରି କରାଯାଇଥାଏ। ଏହି ଟିକଟଗୁଡ଼ିକ କେବଳ ଫିଲାଟେଲିକ୍ ବ୍ୟୁରୋରେ ବା କାଉଣ୍ଟରରେ ଏବଂ ଫିଲାଟେଲିକ୍ ଡିପୋଜିଟ୍ ଆକାଉଣ୍ଟ ସ୍କିମ୍ରେ ଉପଲବ୍ଧ ହୋଇଥାଏ। ସୀମିତ ସଂଖ୍ୟାରେ ସେଗୁଡ଼ିକ ଛପା ହୋଇଥାଏ।
ଲତାଙ୍କ ସ୍ମୃତିରେ ହେବ ଡାକ ଟିକଟ: ଅଶ୍ବିନୀ
/sambad/media/post_attachments/wp-content/uploads/2021/07/ashwini_1625804627.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)