ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ହେବାର ୨ମାସ ପରେ ଏହି ମାମଲାର ସିବିଆଇ ତଦନ୍ତ ପାଇଁ ଆଦେଶ ଦେଇଛନ୍ତି ସୁପ୍ରିମକୋର୍ଟ | ଏବେ ସିବିଆଇ ଖୋଳତାଡ଼ ଆରମ୍ଭ କରି ସାରିଥିବା ବେଳେ ଦିନକୁ ଦିନ ଅନେକ ଚାଞ୍ଚଲ୍ୟକର ଖୁଲାସା ହେବାରେ ଲାଗିଛି | ଗତକାଲି ସୁଶାନ୍ତଙ୍କ ପ୍ରେମିକ ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଏବଂ ପ୍ରଯୋଜକ ମହେଶ ଭଟଙ୍କ ମଧ୍ୟରେ ହୋଇଥିବା ହ୍ଵାଟ୍ସଆପ ଚାଟ ସାମ୍ନାକୁ ଆସିଥିବା ବେଳେ ଆଜି ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦକୁ ନେଇ ବଡ ଖୁଲାସା ହୋଇଛି |

Advertisment

ମୁମ୍ବାଇ ପୁଲିସର କହିବାନୁସାରେ ବିଳମ୍ବିତ ରାତିରେ ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିବା କହିଛନ୍ତି କୂପର ହସ୍ପିଟାଲର ଜଣେ ଡାକ୍ତର | ଡାକ୍ତରଙ୍କ ଖୁଲାସା ପରେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ମୁମ୍ବାଇ ପୁଲିସର ତଦନ୍ତକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି।

Sushant Singh Rajput: Mystery and voyeurism around Bollywood ... BBC

ସୂଚନାନୁସାରେ, କୂପର ହସ୍ପିଟାଲରେ ତାଙ୍କ ଶବ ବ୍ୟବଚ୍ଛେଦ କରିଥିବା ପାଞ୍ଚଜଣ ଡାକ୍ତରଙ୍କୁ ସିବିଆଇର ଏକ ଟିମ୍ ପ୍ରଶ୍ନ କରିବା ପରେ କିଛି ଆଶ୍ଚର୍ଯ୍ୟଜନକ କଥା ସାମ୍ନାକୁ ଆସିଛି। ଅଭିନେତାଙ୍କ କୋଭିଡ-୧୯ ରିପୋର୍ଟ ଆସିବା ପୂର୍ବରୁ ତାଙ୍କର ଶବ ବ୍ୟବଚ୍ଛେଦ କାହିଁକି କରାଯାଇଥିଲା? ବୋଲି ସିବିଆଇ ପ୍ରଶ୍ନ କରିବା ପରେ ଜଣେ ଡାକ୍ତର ଅଧିକାରୀଙ୍କୁ କହିଥିଲେ ଯେ ମୁମ୍ବାଇ ପୁଲିସର ନିର୍ଦ୍ଦେଶରେ ବିଳମ୍ବିତ ରାତିରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ସେମାନେ କାହିଁକି କୋଭିଡ-୧୯ ରିପୋର୍ଟକୁ ଅପେକ୍ଷା କଲେ ନାହିଁ? ବୋଲି ପ୍ରଶ୍ନ କରାଯିବ ପରେ, ଜଣେ ଡାକ୍ତର କହିଥିଲେ ଯେ କରୋନା ରିପୋର୍ଟ ଆସିବା ପୂର୍ବରୁ ଶବ ବ୍ୟବଚ୍ଛେଦ କରାଯାଇପାରିବ ନାହିଁ ବୋଲି ସେଭଳି କିଛି ନିୟମ ନାହିଁ |