ବିଶ୍ବର କରୋନା ଆକ୍ରାନ୍ତ ସଂଖ୍ୟା ୫୩ ଲକ୍ଷ ଟପିଲା, ସୁସ୍ଥ ହେଲେଣି ୨୧ ଲକ୍ଷ

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୩ ଲକ୍ଷ ଟପିଯାଇଛି । ୱାର୍ଲଡୋମିଟରର ରିପୋର୍ଟ ଅନୁସାରେ ଆଜି ସଂଧ୍ୟା ସୁଦ୍ଧା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୩,୫୧, ୫୧୪ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୩ ଲକ୍ଷ ୪୧ ହଜାରରେ ପହଞ୍ଚିଛି । ତେବେ ବିଶ୍ୱରେ ଆରୋଗ୍ୟଙ୍କ ସଂଖ୍ୟା ୨୧ ଲକ୍ଷ ଟପିଯାଇଛି ।

ସମଗ୍ର ବିଶ୍ୱରେ ଆମେରିକା ସର୍ବାଧିକ ପ୍ରଭାବିତ ରାଷ୍ଟ୍ର ହୋଇଥିବାବେଳେ ତାପଛକୁ ରହିଛନ୍ତି ଋଷିଆ ଓ ବ୍ରାଜିଲ । ଆମେରିକାରେ ମୋଟ ସଂକ୍ରମିତ ସଂଖ୍ୟା ୧୬ ଲକ୍ଷ ଟପିଯାଇଥିବାବେଳେ ମୃତ୍ୟୁସଂଖ୍ୟା ୯୭ହଜାର ଟପିଯାଇଛି । ଋଷିଆରେ ମୋଟ ସଂକ୍ରମିତ ସଂଖ୍ୟା ୩ ଲକ୍ଷ ୩୫ ହଜାର ଛୁଇଁଥିବାବେଳେ ମୃତ୍ୟୁସଂଖ୍ୟା ୩୩୮୮ରେ ପହଞ୍ଚିଛି । ସେହିପରି ବ୍ରାଜିଲର ମୋଟ ସଂକ୍ରମିତ ସଂଖ୍ୟା ୩ ଲକ୍ଷ ୩୪ ହଜାରରେ ପହଞ୍ଚିଛି । ବ୍ରାଜିଲ ତଳକୁ ରହିଛି ସ୍ପେନ । ଏହାର ମୋଟ ସଂକ୍ରମିତ ସଂଖ୍ୟା ୨ ଲକ୍ଷ ୮୧ ହଜାର ରହିଛି ।

ଭାରତର ମୋଟ କରୋନା ସଂକ୍ରମିତ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି । ଆଜି ଏହା ୧ଲକ୍ଷ ୨୫ ହଜାର ଟପିଯାଇଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମିତ ସଂଖ୍ୟା ୭୦ ଲକ୍ଷ ନିକଟବର୍ତ୍ତୀ ହୋଇଛି ଓ ମୃତ୍ୟୁସଂଖ୍ୟା ୩୭୨୦ ରହିଛି । ତେବେ ଦେଶରେ ୫୧୭୮୩ ଜଣ ସୁସ୍ଥ ହେଲେଣି ।

ସମ୍ବନ୍ଧିତ ଖବର