ସିଭିସିର ନୂତନ ଅଭିଯୋଗ ପରିଚାଳନା ପୋର୍ଟାଲର ଶୁଭାରମ୍ଭ

ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ (୦୩.୧୧.୨୦୨୨) ନୂଆଦିଲ୍ଲୀଠାରେ କେନ୍ଦ୍ରୀୟ ଦୁର୍ନୀତି ନିବାରଣ ଆୟୋଗ ପକ୍ଷରୁ ଆୟୋଜିତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇଛନ୍ତି। ଏହି ଅବସରରେ ସେ ଆୟୋଗର ଅଭିଯୋଗ ପରିଚାଳନା ପୋର୍ଟାଲ ମଧ୍ୟ ଆରମ୍ଭ କରିଛନ୍ତି।

ସମବେତ ଅତିଥିମାନଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ସର୍ଦ୍ଦାର ପଟେଲଙ୍କ ଜନ୍ମ ଦିବସଠାରୁ ଆରମ୍ଭ ହୋଇଛି। ସର୍ଦ୍ଦାର ପଟେଲଙ୍କ ସମଗ୍ର ଜୀବନ ସାଧୁତା, ସ୍ୱଚ୍ଛତା ସହ ଜନସେବା ନିମନ୍ତେ ଉଦ୍ଦିଷ୍ଟ ଥିଲା। ସଚେତନତା ଓ ସତର୍କତା ପାଇଁ ଚାଲିଥିବା ଅଭିଯାନ ଏହିସବୁ ନୀତିଗୁଡ଼ିକ ଉପରେ ପର୍ଯ୍ୟବସିତ। ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅଭିଯାନ ଏକ ଦୁର୍ନୀତିମୁକ୍ତ ଭାରତ ଗଠନର ସ୍ୱପ୍ନ ଓ ଉତ୍ସାହକୁ ନେଇ କରାଯାଉଛି ଓ ଏହାର ଗୁରୁତ୍ୱ ପ୍ରତ୍ୟେକ ନାଗରିକ ଜୀବନରେ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନ ସଚିବ ଡକ୍ଟର ପିକେ ମିଶ୍ର, ସଂସଦୀୟ ବ୍ୟାପାର ଓ କାର୍ମିକ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ, କେନ୍ଦ୍ର ଦୁର୍ନୀତି ନିବାରଣ ଆୟୁକ୍ତ ସୁରେଶ ଏନ ପଟେଲ ଓ ଦୁର୍ନୀତି ନିବାରଣ ଆୟୁକ୍ତ ପିକେ ଶ୍ରୀବାସ୍ତବ ଓ ଅରବିନ୍ଦ କୁମାର ଏହି ଅବସରରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର