ନୂଆଦିଲ୍ଲୀ: ବୁଧବାର ସକାଳ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଠାରେ ଅବସ୍ଥିତ ସତୀଶ ଧାଓ୍ଵନ୍‌ ମହାକାଶ କେନ୍ଦ୍ରରୁ କାର୍ଟୋସାଟ୍‌-୩ ସହ ଭାରତର ପୋଲାର୍‌ ଲଞ୍ଚ୍‌ ଭେଇକ୍ଲ୍‌, ପିଏସ୍‌ଏଲ୍‌ଭି-ସି୪୭କୁ ଉତ୍‌କ୍ଷେପଣ କରାଯିବ ବୋଲି ଇସ୍ରୋ କହିଛି। ଯଦି ପାଗଯୋଗ ଠିକ୍‌ ରହେ ସକାଳ ୯: ୨୮ ମିନିଟ୍‌ରେ ଉତ୍‌କ୍ଷେପଣ ଆରମ୍ଭ ହେବ ବୋଲି ସ୍ଥିର କରାଯାଇଛି।

Advertisment

publive-image Image Courtesy of Zee News

କାର୍ଟୋସାଟ୍‌-୩ ଏବଂ ୧୩ଟି କ୍ଷୁଦ୍ର ବାଣିଜ୍ୟିକ ସାଟେଲାଇଟ୍‌କୁ ନେଇ ପିଏସ୍‌ଏଲ୍‌ଭି-ସି୪୭ ସନ୍‌-ସିଙ୍କ୍ରୋନସ୍‌ କକ୍ଷପଥରେ ସ୍ଥାପନ କରିବ। ୯୭. ୫ ଡିଗ୍ରି ଅଣେଇ ହୋଇ କାର୍ଟୋସାଟ୍‌-୩ ୫୦୯ କିଲୋମିଟର୍‌ ଦୂର ଏକ କକ୍ଷ ପଥରେ ସ୍ଥାପନ ହେବ। ଏହାସହ ପିଏସ୍‌ଏଲ୍‌ଭି-ସି୪୭ ଯୁକ୍ତରାଷ୍ଟ୍ର ଆମେରିକାର ୧୩ଟି ବ୍ୟାବସାୟିକ ନାନୋସାଟେଲାଇଟ୍‌ ମଧ୍ୟ ବହନ କରି ନେବ। ଏଥିପାଇଁ ମହାକାଶ ବିଭାଗର ନିୟୁସ୍ପେସ୍‌ ଇଣ୍ଡିଆ ଲିମିଟେଡ୍‌ ସହ ବାଣିଜ୍ୟିକ ରାଜିନାମା ସ୍ୱାକ୍ଷରିତ ହୋଇଥିଲା।

ମହାକାଶ କେନ୍ଦ୍ରର ଭିଉ ଗ୍ୟାଲେରିରୁ ପିଏସ୍‌ଏଲ୍‌ଭି-ସି୪୭/କାର୍ଟୋସାଟ୍‌-୩ର ଉତ୍‌କ୍ଷେପଣ ଦେଖିବା ନିମନ୍ତେ ଇସ୍ରୋ ନଭେମ୍ବର ୨୦ ତାରିଖ ଦିନ ଅନ୍‌ଲାଇନ୍‌ ରେଜିଷ୍ଟ୍ରେସନ୍‌ ଆରମ୍ଭ କରିଥିଲା।