ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଚେନ୍ନାଇ ସ୍ଥିତ ଲେଦର ସେକ୍ଟର ସ୍କିଲ୍ କାଉନସିଲ୍ଠାରେ ଚମଡା ଶିଳ୍ପ ଜଗତରେ ଦକ୍ଷତା ବିକାଶ ପାଇଁ ସ୍କେଲ୍ (ସ୍କିଲ୍ ସାର୍ଟିଫିକେସନ ଆସେସ୍ମେଣ୍ଟ ଫର୍ ଲେଦର ଏମ୍ପ୍ଲଏଜ୍) ଆପ୍ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ଏହି କ୍ଷେତ୍ରର କାରିଗରମାନଙ୍କ ଦକ୍ଷତା ବୃଦ୍ଧି ସହ ସେମାନଙ୍କୁ ଇ-କମର୍ସରେ ରହିଥିବା ସୁଯୋଗ ସହ ଯୋଡ଼ିବା ପାଇଁ ଆହ୍ୱାନ ଦେଇଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ଉକ୍ତ ସ୍କିଲ୍ ଆପ୍ ଲେଦର ଶିଳ୍ପର ଦକ୍ଷତା, ଜ୍ଞାନ, ମୂଲ୍ୟାଙ୍କନ ଏବଂ ରୋଜଗାରର ଆବଶ୍ୟକତା ଉପରେ ତଥ୍ୟ ପ୍ରଦାନ କରିବ। ବଦଳାଯାଇଥିବା ସ୍କିଲ୍ ଡେଭଲପମେଣ୍ଟ୍ ପ୍ରୋଗ୍ରାମଗୁଡିକର ଡିଜାଇନ ଲେଦର ଶିଳ୍ପରେ ତାଲିମପ୍ରାପ୍ତ ବ୍ୟକ୍ତିଙ୍କ ନିକଟରେ ପହଞ୍ଚାଇବା ପାଇଁ ଲେଦର ସ୍କିଲ୍ ସେକ୍ଟର କାଉନସିଲ ଏହି ଆଣ୍ଡ୍ରଏଡ୍ ଆପ୍ ବିକଶିତ କରିଛି। ଏହି ଆପ୍ ଦ୍ୱାରା ଚମଡା କାରିଗରୀ ପ୍ରତି ଆଗ୍ରହୀ ଥିବା ଲୋକମାନେ ଅନଲାଇନ ମାଧ୍ୟମରେ ଚମଡାରୁ ସାମଗ୍ରୀ ପ୍ରସ୍ତୁତିର ତାଲିମ ନେଇପାରିବେ। ଦେଶରେ ରୋଜଗାର ସୃଷ୍ଟି କରିବାରେ ଲେଦର ଶିଳ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ବର୍ତ୍ତମାନ ୪୪ ଲକ୍ଷରୁ ଅଧିକ ଲୋକ ଏହି କ୍ଷେତ୍ରରେ କାମ କରୁଛନ୍ତି।
ଶିକ୍ଷା ଓ ଦକ୍ଷତା ବିକାଶର ସମ୍ପୂର୍ଣ୍ଣ ଏକତ୍ରୀକରଣ ସହ ସେଣ୍ଟ୍ରାଲ ଲେଦର ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଏହି କ୍ଷେତ୍ରର ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ନୂତନ ପ୍ରଯୁକ୍ତିବିଦ୍ୟା, ଅନୁକୂଳଯୁକ୍ତ ବ୍ୟବସ୍ଥା ଦ୍ୱାରା ଚମଡା ଶିଳ୍ପରେ ଆଧୁନିକତା ସହ ବ୍ୟାପକ ପରିବର୍ତ୍ତନ ଆସିଛି। ନ୍ୟାସନାଲ ସ୍କିଲ ଡେଭଲପମେଣ୍ଟ ସେଣ୍ଟର ଏବଂ ସେଣ୍ଟରାଲ ଲେଦର ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଲେଦର୍ କ୍ଷେତ୍ରର ଦକ୍ଷତା ଆବଶ୍ୟକତାକୁ ପୂରଣ କରିବା ଦିଗରେ କାର୍ଯ୍ୟ କରିବ। ଶ୍ରୀ ପ୍ରଧାନ ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ବିକାଶ ପାଇଁ ସେଣ୍ଟ୍ରାଲ ଲେଦର ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ଠାରେ ଜାତୀୟ ସ୍ତରର କ୍ଷମତା ଗଠନ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ତାମିଲନାଡୁର ରାଜ୍ୟପାଳ ଆରଏମ୍ ରବିଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ୍ କରିଥିଲେ। ତାମିଲନାଡୁର କମଳାଳୟମ୍ ସ୍ଥିତ ଦଳୀୟ କାର୍ଯ୍ୟାଳୟକୁ ଯାଇ କାର୍ଯ୍ୟକର୍ତ୍ତାଙ୍କୁ ଭେଟି ଆଲୋଚନା କରିଥିଲେ। ସେହିପରି ଚେନ୍ନାଇ ସ୍ଥିତ ‘ପୁଣ୍ୟସ୍ଥଳମ୍’ଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ପବିତ୍ର ସ୍ଥାନରୁ ମହାତ୍ମା ଗାନ୍ଧୀ ବ୍ରିଟିଶ ବିରୋଧୀ ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ଅସହଯୋଗ ଆନ୍ଦୋଳନର କଳ୍ପନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/24-17.jpg)