ନୂଆଦିଳ୍ଲୀ : ଉତ୍ତର-ପୂର୍ବ ଏବଂ ଭାରତର ଅନ୍ୟାନ୍ୟ ଅଞ୍ଚଳ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ‘ଯୁବା ସଂଗମ’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଅନନ୍ୟ ପଦକ୍ଷେପ। ଏଭଳି ପଦକ୍ଷେପ ଅମୃତ କାଳରେ ‘ଭାରତର ଭାବନା’କୁ ଦୃଢୀଭୂତ କରିବ ବୋଲି ସୋମବାର ନୂଆଦିଲ୍ଲୀଠାରେ ଏହି ପୋର୍ଟାଲର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଏକ ଭାରତ, ଶ୍ରେଷ୍ଠ ଭାରତ ବିଚାର ଆଧାରରେ ଯୁବା ସଂଗମ ଲୋକଙ୍କ ମଧ୍ୟରେ ସମ୍ପର୍କକୁ ମଜଭୁତ କରିବ। ଉତ୍ତର-ପୂର୍ବ ରାଜ୍ୟସମୂହର ଗୌରବମୟ ସଂସ୍କୃତିର ପ୍ରଚାରପ୍ରସାର କରିବ ଏବଂ ବିଶେଷ ଭାବରେ ଯୁବପିଢି ମଧ୍ୟରେ ଜ୍ଞାନର ଆଦାନପ୍ରଦାନ ଦ୍ୱାରା ଅନେକ ସୁଯୋଗ ଓ ସମ୍ଭାବନା ଉତ୍ପନ୍ନ ହେବ। ଯୁବା ସଂଗମ ଦେଶର ବିବିଧତାକୁ ପାଳନ କରିବାର ଏକ ଅବସର। ଏହା ସମସ୍ତଙ୍କୁ ଏକତାସୂତ୍ରରେ ବାନ୍ଧିବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା କଳ୍ପନା କରାଯାଇଥିବା ଭାରତର ଗଣତାନ୍ତ୍ରିକ ଶକ୍ତି ପ୍ରଦର୍ଶନ କରିବ। ଏହା ପର୍ଯ୍ୟଟନ, ପରମ୍ପରା, ପ୍ରଗତି, ଔଦ୍ୟୋଗିକୀ, ପାରସ୍ପରିକ ସମ୍ପର୍କ ସ୍ତମ୍ଭ ଆଧାରରେ ଏକତାର ଭାବନାକୁ ପାଳନ କରିବା ସହ ଦେଶର ଚିତ୍ରଣକୁ ପ୍ରଦର୍ଶନ କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରେନ ରିଜିଜୁ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର, କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀ, ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡ. ସୁବାସ ସରକାର ଓ ଡ. ରାଜକୁମାର ରଞ୍ଜନ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/yuba-sangam.jpg)