ଚନ୍ଦ୍ରାୟନ-୨ର ଉତ୍‌କ୍ଷେପଣ ପୂର୍ବର ଅଭ୍ୟାସ ସଫଳତାର ସହ ସମ୍ପନ୍ନ: ଇସ୍ରୋ

ନୂଆଦିଲ୍ଲୀ: ଜୁଲାଇ ୨୨ ତାରିଖ ଅପରାହ୍ଣ ୨: ୪୩ରେ ଉତ୍‌କ୍ଷେପଣ କରାଯିବାକୁ ଥିବା ଚନ୍ଦ୍ରାୟନ-୨ ଅଭିଯାନର ପ୍ରାକ୍‌ ଉତ୍‌କ୍ଷେପଣ ଅଭ୍ୟାସ ଶେଷ ହୋଇଛି ବୋଲି ଶନିବାର ଦିନ ଇସ୍ରୋ କହିଛି। ଯେଉଁ ବୈଷୟିକ ତ୍ରୁଟି ଯୋଗୁଁ ଜୁଲାଇ ୧୫ ତାରିଖ ଦିନ ଉତ୍‌କ୍ଷେପଣ ବନ୍ଦ ରଖାଯାଇଥିଲା, ତାହା ସଜାଡ଼ି ଦିଆଯାଇଛି।

Image Source: Zee News

ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଏଏସ୍‌ କିରଣ କୁମାର କହିଛନ୍ତି, ଜୁଲାଇ ୨୨ ତାରିଖ ଦିନ ଉତ୍‌କ୍ଷେପଣ କରାଯିବାକୁ ଚନ୍ଦ୍ରାୟନ-୨ ପ୍ରସ୍ତୁତ ହୋଇ ରହିଛି। ଅଗଷ୍ଟ ୧୪ ତାରିଖ ଦିନ ଆମେ ଚନ୍ଦ୍ର ଆଡ଼କୁ ଗତି କରି ସେପ୍ଟେମ୍ବର ୬ ତାରିଖ ଦିନ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଚାହୁଁଛୁ। ସବୁ କାମ ଜୋର୍‌ସୋର୍‌ରେ ଚାଲିଛି ଏବଂ ୨୨ ତାରିଖରେ ଉତ୍‌କ୍ଷେପଣ ପାଇଁ ଆମେ ପ୍ରସ୍ତୁତି କରୁଛୁ।

ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଚନ୍ଦ୍ରାୟନ-୨ ଚନ୍ଦ୍ରର ଅପରିଚିତ ଅଞ୍ଚଳ ଆବିଷ୍କାର କରିବ।

ଏହି ମହାକାଶ ଯାନରେ ରହିଛି ଗୋଟାଏ ଅର୍ବିଟର୍‌, ଗୋଟିଏ ଲ୍ୟାଣ୍ଡର୍‌ ଏବଂ ଗୋଟିଏ ରୋଭର୍‌। ଏହାର ସମୁଦାୟ ଓଜନ ୩. ୮ ଟନ୍‌। ଏ ବର୍ଷ ସେପ୍ଟେମ୍ବର ୬ କିମ୍ବା ୭ ତାରିଖ ଦିନ ଏହା ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଅବତରଣ କରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର