ମୁମ୍ବାଇଠାରେ ତିନୋଟି ମେଟ୍ରୋ ଲାଇନର ଭିତ୍ତିପ୍ରସ୍ତର ସ୍ଥାପନ କରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ମୁମ୍ବାଇ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମୁମ୍ବାଇଠାରେ ତିନୋଟି ମେଟ୍ରୋ ଲାଇନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ମୋଦୀ ଆଜି ମେଟ୍ରୋ-୧୦, ୧୧ ଓ ୧୨ କରିଡରର  ଶୁଭାରମ୍ଭ କରିଛନ୍ତି । ପ୍ରାୟ ୧୯ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁମ୍ବାଇ ବିମାନବନ୍ଦରରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ଓ ରାଜ୍ୟପାଳ ଭଗତ ସିଂହ ସ୍ୱାଗତ କରିଥିଲେ । ଏହା ପରେ ମୋଦୀ ଭିଲେପାର୍ଲେରେ ଥିବା ଲୋକମାନ୍ୟ ସେବା ସଂଘର ମଣ୍ଡପରେ ବିରାଜମାନ ଗଣେଶଙ୍କ ଦର୍ଶନ କରିଛନ୍ତି। ତାପରେ ତିନୋଟି ମେଟ୍ରୋ କରିଡର କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ।

PM Modi Inaugurates First 'Make in India' Metro Coach In Mumbai: Live Updates
image source-ndtv

ଗୋମୁଖରୁ ଶିବାଜୀ ଚୌକଥିବା ୯.୨ କିଲୋମିଟର୍ ପର୍ଯ୍ୟନ୍ତ ମେଟ୍ରୋ-୧୦ କରିଡର୍, ୨୦.୭ କିଲୋମିଟର୍ ଦୀର୍ଘ ବିଶିଷ୍ଟ କଲ୍ୟାଣରୁ ତଲୋଜା ମେଟ୍ରୋ-୧୨ କରିଡର୍ ଏବଂ ୧୨.୮ କିଲୋମିଟର ଦୀର୍ଘ ବିଶିଷ୍ଟ ବଡାଲାରୁ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ ମେଟ୍ରୋ-୧୧ କରିଡର୍ ଉଦଘାଟନ କରିଛନ୍ତି । ଏହା ଦ୍ୱାରା କେନ୍ଦ୍ରୀୟ ଉପନଗର ବଡାଲାରୁ ଦକ୍ଷିଣ ମୁମ୍ବାଇ ଯାଏଁ ଯାତାୟତ ସୁବିଧା ହୋଇପାରିବ । ଏହାର କାମ ଆସନ୍ତା ୨୦୨୬ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ସମ୍ବନ୍ଧିତ ଖବର