ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ଵାଲ କରୋନା ପଜିଟିଭ

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ଵାଲ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏ ସଂପର୍କରେ ସେ ଟ୍ଵିଟ କରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ ସେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ଗାଇଡଲାଇନ ଅନୁସାରେ ଘରେ ଏକାନ୍ତବାସରେ ରହିବାକୁ ଯାଉଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି, ବନ୍ଧୁମାନଙ୍କୁ ନିଜର ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିବାକୁ ସେ ଅନୁରୋଧ କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଟିମ ଦ୍ୱାରା କଣ୍ଟାଣ୍ଟ ଟ୍ରେସିଂ କରାଯିବ ବୋଲି ସେ ଲେଖିଛନ୍ତି ।

 

ଆନ୍ଧ୍ର ପ୍ରଦେଶ କ୍ୟାଡରର ଏହି ଆଇଏଏସ ଅଧିକାରୀଙ୍କୁ ଏବେ ସରକାରଙ୍କ ତରଫରୁ କେତେକ ଅଧିକ ଦାୟିତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯାଇଛି । ତାଙ୍କୁ ଅଧିକ ପ୍ରଭାବିତ ରାଜ୍ୟଗୁଡ଼ିକର ସ୍ଥିତି ତଦାରଖ ଦାୟିତ୍ୱ ଦିଆଯାଇଛି । ଏଥିପାଇଁ ସେ ବିଭିନ୍ନ ରାଜ୍ୟ ଗସ୍ତ କରି ରାଜ୍ୟ ସରକାରମାନଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରୁଛନ୍ତି । ଏହା ପୂର୍ବରୁ ସେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ମୁଖପାତ୍ର ଭାବେ ପ୍ରତିଦିନ ସେ କରୋନା ସ୍ଥିତି ସଂପର୍କରେ ଲୋକମାନଙ୍କୁ ସୂଚନା ଦେଉଥିଲେ । ଏହା ମାଧ୍ୟମରେ ସେଦେଶବାସୀଙ୍କ ନିକଟରେ ବେଶ ଲୋକପ୍ରିୟ ହୋଇପାରିଥିଲେ ।

 

ସମ୍ବନ୍ଧିତ ଖବର