ନୂଆଦିଲ୍ଲୀ: ଧାରା ୩୭୭ ବାବଦରେ ଗୁରୁବାର ସୁପ୍ରିମ୍କୋର୍ଟ ନିଜର ଏକ ଐତିହାସିକ ରାୟରେ ସମଲିଙ୍ଗୀ ସଂପର୍କ ଅପରାଧ ନୁହେଁ ବୋଲି କହିଥିଲେ। ଏହାକୁ ନେଇ ଦେଶବ୍ୟାପୀ ଏଲ୍ଜିବିଟି (ଲେସ୍ବିୟାନ୍, ଗେ, ବାଇସେକ୍ସୁଆଲ୍ ଓ ଟ୍ରାନ୍ସଜେଣ୍ଡର) ସଂପ୍ରଦାୟ ଲୋକମାନେ ଖୁସି ମନାଇଥିଲେ। କିନ୍ତୁ ଜମ୍ମୁ କଶ୍ମୀରରେ ବାସ କରୁଥିବା ଏଲ୍ଜିବିଟି ସଂପ୍ରଦାୟ ତରଫରୁ ସେଭଳି କୌଣସି ଉତ୍ସବ ପାଳନ କରାଯାଇ ନାହିଁ। କାରଣ ସୁପ୍ରିମ୍କୋର୍ଟଙ୍କ ୫ ଜଣିଆ ସମ୍ବିଧାନ ପୀଠଙ୍କ ରାୟ ଜମ୍ମୁ କଶ୍ମୀରରେ ଲାଗୁ ହୋଇନାହିଁ। ପୃଥକ୍ ସମ୍ବିଧାନ ଯୋଗୁ ଏହି ରାୟ କାର୍ଯ୍ୟକାରୀ ହେବାରେ ବିଳମ୍ବ ଘଟିବ ବୋଲି ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ଜମ୍ମୁ କଶ୍ମୀର ଏହାର ନିଜସ୍ୱ ସମ୍ବିଧାନ ଓ ଫୌଜଦାରି ଆଇନ ‘ରଣବୀର ପେନାଲ୍ କୋଡ୍ (ଆର୍ପିସି)’ ଦ୍ୱାରା ପରିଚାଳିତ ହେଉଛି। ତେଣୁ ଭାରତୀୟ ଆଇପିସିର ଧାରା ୩୭୭ରେ କୌଣସି ପ୍ରକାର ସଂଶୋଧନ ଜମ୍ମୁ କଶ୍ମୀରରେ ଆପଣାଛାଏଁ ଲାଗୁ ହୋଇପାରିବ ନାହିଁ।