ଏକକାଳୀନ  ନିର୍ବାଚନ ବାବଦରେ ସର୍ବଦଳୀୟ ବୈଠକ ଡାକିଲା ଲ’ କମିଶନ

ନୂଆଦିଲ୍ଲୀ : ଦେଶରେ ଏକକାଳୀନ ନିର୍ବାଚନ ଲାଗି ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ଵାନକୁ ଦେଶରେ କେତେକ ରାଜନୈତିକ ଦଳ ସମର୍ଥନ କରଥିବାବେଳେ ଆଉ କିଛି ବିରୋଧ କରିଛନ୍ତି । ଏକ କାଳୀନ ନିର୍ବାଚନ ଉପରେ ଏବେ ଆଇନ ଆୟୋଗ ବା ଲ’ କମିଶନ ଏକ ରିପୋର୍ଟ ପ୍ରସ୍ତୁତ  ବିଭିନ୍ନ ରାଜନୈତିକ ଦଳଙ୍କ ମତାମତ ଆହ୍ଵାନ କରାଯାଉଛି । ଏ ସଂପର୍କରେ ଦଳ ମାନଙ୍କୁ ଆୟୋଗ ପକ୍ଷରୁ ପତ୍ର ଲେଖାଯାଇଛି ।  ଆମ ରାଜ୍ୟରେ ଶାସନ କରୁଥିବା ବିଜୁ ଜନତା ଦଳ ପକ୍ଷରୁ ଏହାର ସମର୍ଥନ କରାଯାଇଛି । କିନ୍ତୁ କେତେକ ଯେପରିକି ବାମପନ୍ଥୀ, ଜେଡିଏସ ଓ ଏନସିପି ଏହାକୁ ବିରୋଧ କରିଛନ୍ତି । ଏଣୁ ସବୁ ଦଳଙ୍କ ମତାମତ ହାସଲ  ପାଇଁ  ଲ’ କମିଶନ ଆସନ୍ତା ୮ ଓ ୯ ତାରିଖରେ ଏକ ବୈଠକ ଡାକିଛି । ଏହି ବୈଠକରେ ସମସ୍ତଙ୍କ  ସମର୍ଥନ ହାସଲ ପାଇଁ ଉଦ୍ୟମ କରାଯିବ । ଏହା ପରେ ଲ କମିଶନ ନିଜର ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବ ।

ପୂର୍ବରୁ ଲ’ କମିଶନ ପ୍ରସ୍ତୁତ କରିଥିବା ଏକ ଆଭ୍ୟନ୍ତରୀଣ ରିପୋର୍ଟ ଅନୁସାରେ  ଦେଶରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ କରାଯାଇପାରିବ । ଆୟୋଗର ସୁପାରିଶ ଅନୁସାରେ ୨୦୧୯ ଓ ୨୦୧୪ରେ ଦୁଇଟି ପର୍ଯ୍ୟାୟରେ ଏହାକୁ ଲାଗୁ କରାଯାଇପାରେ । ଏଥିପାଇଁ ସମ୍ବିଧାନ ଓ ଜନପ୍ରତିନିଧି ଆଇନରେ ସଂଶୋଧନ କରାଯିବାକୁ ସୁପାରିଶ କରାଯାଇଛି । ଏହି ଚିଠା ସୁପାରିଶ ଅନୁସାରେ ୨୦୧୯ରେ ସାଧାରଣ ନିର୍ବାଚନ ସହ ଆନ୍ଧ୍ର,ଆସାମ, ବିହାର,ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ନିର୍ବାଚନ କରାଯିବ । ସେହିପରି ୨ୟ ପର୍ଯ୍ୟାୟ ୨୦୧୪ରେ ଲୋକସଭା ନିର୍ବାଚନ ସହ ଏସବୁ ରାଜ୍ୟ ତାଲିକାରେ ସହ ଦିଲ୍ଲୀ, ଉତ୍ତରପ୍ରଦେଶ,ଗୁଜରାଟ, କର୍ଣ୍ଣାଟକ ଓ ପଂଜାବକୁ ଯୋଗ କରାଯିବ । ଏହି ସମୟ ସହ ତାଳ ଦେବା ପାଇଁ ସଂପୃକ୍ତ ରାଜ୍ୟମାନଙ୍କ ବିଧାନସଭାର କାର୍ଯ୍ୟକାଳକୁ ବୃଦ୍ଧି କରାଯିବ । ଅନ୍ୟପକ୍ଷରେ ୫ ବର୍ଷ ମଝିରେ କୌଣସି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଲେ ତା ପରେ ଏକ ଆସ୍ଥା ପ୍ରସ୍ତାବ (ବିରୋଧୀ ଦଳ ପାଇଁ) ମଧ୍ୟ ଆସିବ ।  ଏହା ଦ୍ୱାରା ଯଦି ଏକ ବିକଳ୍ପ ସରକାର ଗଠନ ପାଇଁ ବିରୋଧୀ ଦଳଙ୍କ ପାଖରେ ଆବଶ୍ୟକ ସଂଖ୍ୟା ନଥାଏ ତେବେ ସରକାର ଭଙ୍ଗାଯାଇପାରିବ ନାହିଁ ।

 

ସମ୍ବନ୍ଧିତ ଖବର