ଖିୁବ ଶୀଘ୍ର ଆସିବ ଜନସଂଖ୍ୟା ନିୟନ୍ତ୍ରଣ ଆଇନ : କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଖୁବ ଶୀଘ୍ର ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଆଣିବେ ବୋଲି କହିଛନ୍ତି କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ।

ଛତିଶଗଡ଼ର ରାଜଧାନୀ ରାୟପୁରଠାରେ ଅନୁଷ୍ଠିତ ଗରିବ କଲ୍ୟାଣ ସମ୍ମିଳନୀରେ ଯୋଗ ଦେବା ଅବସରରେ ସେ ଏକଥା କହିଛନ୍ତି ।

ଏ ସଂପର୍କରେ ସାମ୍ବାଦିକମାନେ ତାଙ୍କୁ ପ୍ରଶ୍ନ କରିବାରୁ ସେ କହିଥିଲେ ଯେ ଏହା ଖୁବଶୀଘ୍ର ଅଣାଯିବ, ବ୍ୟସ୍ତ ହୁଅ ନାହିଁ । କେନ୍ଦ୍ର ସରକାର ଯଦି ଅନେକ ବଡ଼ ବଡ଼ ନିଷ୍ପତ୍ତି ନେଇପାରୁଛନ୍ତି, ତେବେ ଅନ୍ୟ ନିଷ୍ପତ୍ତି ଗୁଡ଼ିକ ବି ନିଆଯିବ।

ଗତ ସପ୍ତାହରେ ଆଉ ଜଣେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାଓ୍ବଲେ ମଧ୍ୟ ଜନସଂଖ୍ୟା ନିୟନ୍ତ୍ରଣ ଆଇନ  ସପକ୍ଷରେ ମତ ଦେଇଥିଲେ । ଏମଏନଏସ ନେତା ରାଜଠାକରେଙ୍କୁ ସମର୍ଥନ କରି ସେ ଏକଥା କହିଥିଲେ । ଦେଶରେ ଆମେ ଦୁଇ-ଆମର ଦୁଇ ନୀତି ଲାଗୁ ହେବା ଉଚିତ । ଏପରି ଏକ ଆଇନ ଆସିଲେ ମୁସଲମାନ ସଂପ୍ରଦାୟର ଲୋକମାନେ ତାହାର ବିରୋଧ କରିବା ଉଚିତ ନୁହେଁ, କାରଣ ଏହା ସହ ଧର୍ମର କୌଣସି ସଂପର୍କ ନାହିଁ ବୋଲି ସେ କହିଥିଲେ । ଦେଶରେ କିଛିଟା ସମାନ ଆଇନ ରହିବା ଉଚିତ ବୋଲି ମଧ୍ୟ ସେ କହିଥିଲେ ।

ଏହା ପୂର୍ବରୁ ଏମଏନଏସ ନେତା ରାଜ ଠାକରେ ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଆଣିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଥିଲେ ।

 

 

ସମ୍ବନ୍ଧିତ ଖବର