ଆକ୍ସନ ମୋଡରେ ନୂଆ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଦେଶର ନିୟମ ପାଳନ କରିବାକୁ ଟ୍ୱିଟରକୁ ଦେଲେ ଚେତାବନୀ

ନୂଆଦିଲ୍ଲୀ: ଆକ୍ସନ ମୋଡରେ ନୂଆ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ | ଗତକାଲି କେନ୍ଦ୍ର କ୍ୟାବିନେଟରେ ସାମିଲ ହେବା ପରେ ଓଡିଶାରୁ ବିଜେପିର ରାଜ୍ୟସଭା ସାଂସଦ ଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ବଡ଼ ଦାୟିତ୍ୱ ମିଳିଥିଲା | ରେଳ ବିଭାଗ ସହ ଯୋଗାଯୋଗ, ସୂଚନା ପ୍ରଯୁକ୍ତ ଓ ଇଲୋକ୍ଟ୍ରୋନିକ୍ସ ବିଭାଗର ଦାୟିତ୍ୱ ଅଶ୍ୱିନୀ ବୈଷ୍ଣବଙ୍କୁ ମିଳିଥିଲା | ଆଜି ସେ ଦାୟିତ୍ୱ ଗ୍ରହଣ କରିବା ପରେ ତୁରନ୍ତ ନିଜ କାମ ଆରମ୍ଭ କରିଛନ୍ତି | କେନ୍ଦ୍ର ସରକାରଙ୍କ ସହ ଚାଲିଥିବା ଟୁଇଟର ବିବାଦକୁ ସମାଧାନ କରିବାକୁ ଯାଇ ଦେଶର ନିୟମ ସର୍ବୋଚ୍ଚ ଅଟେ ଏବଂ ଏହାକୁ ପାଳନ କରିବା ଜରୁରୀ ବୋଲି ଟୁଇଟରକୁ କହିଛନ୍ତି |

ସୂଚନା ମୁତାବକ, ମେ’ ମାସରେ ଲାଗୁ କରାଯାଇଥିବା ନୂଆ ଆଇଟି ନିୟମ ଅନୁଯାୟୀ ଟ୍ୱିଟରକୁ ରେସିଡେଣ୍ଟ ଗ୍ରୀଭେନ୍ସ ଅଫିସର (ଆରଜିଓ) ନିଯୁକ୍ତ କରିବା କଥା | କିନ୍ତୁ ଟ୍ୱିଟର ଆରଜିଓ ନିଯୁକ୍ତ ନକରିବା ସହ ନୂଆ ନିୟମ ପାଳନ କରିନାହିଁ |ଏନେଇ କେନ୍ଦ୍ର ସହ ଟ୍ୱିଟରର ବିବାଦ ଲାଗିରହିଛି |

indiatoday.in

ଅନ୍ୟପକ୍ଷରେ ଆଜି ଟ୍ୱିଟର ଦିଲ୍ଲୀ ହାଇକୋର୍ଟଙ୍କୁ ସୂଚନା ଦେଇଛି ଯେ, ନୂତନ ଆଇଟି ନିୟମ ଅନୁଯାୟୀ ଆରଜିଓ ନିଯୁକ୍ତ କରିବାକୁ ଆଉ ଆଠ ସପ୍ତାହ ଲାଗିବ। ଆରଜିଓ ନିଯୁକ୍ତ ପ୍ରକ୍ରିୟା ଚାଲୁଥିବା ନେଇ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଦିଲ୍ଲୀ ହାଇକୋର୍ଟଙ୍କୁ ଜଣାଇବା ପରେ ନୂତନ ଆଇଟି ନିୟମ ଅନୁଯାୟୀ କେବେ ଆରଜିଓ ନିଯୁକ୍ତ କରାଯିବ ସେନେଇ ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ଟ୍ୱିଟରକୁ ପଚାରିଥିଲେ । ଜୁଲାଇ ୮ରେ ଟୁଇଟରକୁ ଉତ୍ତର ରଖିବାକୁ କୁହାଯାଇଥିବା ବେଳେ ଆଜି ଆରଜିଓ ନିଯୁକ୍ତ କରିବାକୁ ଆଉ ୮ସପ୍ତାହ ଲାଗିବ ବୋଲି କହିଛି ଟୁଇଟର |

ସମ୍ବନ୍ଧିତ ଖବର