ଯୌନ ଉତ୍ପୀଡନ ଅଭିଯୋଗ ଆଣି କଲେଜରୁ ତଡ଼ା ଖାଇଲେ ଦୁଇ ଆଇନ ଛାତ୍ରୀ

ହାଇଦ୍ରାବାଦ: ବର୍ତ୍ତମାନ ସମଗ୍ର ଦେଶରେ # ମି ଠୁ ଅଭିଯାନ ସକ୍ରିୟ ହୋଇ ଉଠିବା ସହ ମହିଳାମାନେ  ସେମାନଙ୍କ ପ୍ରତି ହୋଇଥିବା ଯୌନ ଉତ୍ପୀଡନ ଘଟଣାର ଖୁଲାସା କରୁଥିବା ବେଳେ ଦୁଇ ଜଣ ଆଇନ ଛାତ୍ରୀ ସେମାନଙ୍କ ପ୍ରଫେସରଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆଣି ନିଜ କଲଜରୁ ତଡ଼ା ଖାଇଥିବା ଖବର ସାମ୍ନାକୁ ଆସିଛି।
ହାଇଦ୍ରବାଦସ୍ଥିତ ସିମ୍ବିଓସିସ୍‌ ଲ’ ସ୍କୁଲରେଏପରି ଏକ ଘଟଣା ଘଟିଥିବା ସୂଚନା ମିଳିଛି। ଏଲ୍‌ଏଲ୍‌ବି ଶ୍ରେଣୀର ଦୁଇ ଜଣ ଛାତ୍ରୀ କଲେଜର ଜନୈକ ପ୍ରଫେସର ସେମାନଙ୍କୁ ଯୌନ ନିର୍ଯାତନା ଦେଉଥିବା କଥା ଏକ ଇଲେକ୍‌ଟ୍ରେନିକ ଗଣମାଧ୍ୟମରେ କହିବା ସହ ସୋସିଆଲ୍‌ ମିଡିଆରେ ମଧ୍ୟ ପୋଷ୍ଟ କରିଥିଲେ। ଏହାପରେ କଲେଜ କର୍ତ୍ତୃପକ୍ଷଙ୍କ ନାଲି ଆଖିର ଶିକାର ହୋଇଥିଲେ ସେମାନେ। ସେମାନଙ୍କୁ ମୌଖିକ ଭାବେ କଲେଜରୁ ରଷ୍ଟିକେଟ୍‌ ବା ବହିଷ୍କାର କରାଯାଇଛି।
ଅଭିଯୋଗ ଆଣିଥିବା ଛାତ୍ରୀ ଅପୂର୍ବା ଓ୍ଵାଇକେ କହିଛନ୍ତି ଯେ, କଲେଜ୍‌ର ଡିନ୍‌ ଶଶିକଳା ଗୁର୍‌ପୁର୍‌ ପ୍ରଥମେ ତାଙ୍କୁ ସୋସିଆଲ୍‌ ମିଡିଆରୁ  ପୋଷ୍ଟ ପ୍ରତ୍ୟାହାର କରିନେଇ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିବାକୁ କହିଥିଲେ। ଏଥିସହ ଛାତ୍ରୀଙ୍କୁ ମଧ୍ୟ କଲେଜ୍‌ ପକ୍ଷରୁ ଧମକ ଦିଆଯାଇଥିବା ଅଭିଯୋଗ କରିଛନ୍ତି ଅପୂର୍ବା। ଏହାପରେ ଦୁଇ ଛାତ୍ରୀଙ୍କୁ ମୌଖିକ ଭାବେ ବିତାଡ଼ିତ କରାଯାଇଛି।
ସମ୍ବନ୍ଧିତ ଖବର