ନୂଆଦିଲ୍ଲୀ: ଶନିବାର ନୋଏଡାର ଏକ ଆପାର୍ଟମେଣ୍ଟର ସପ୍ତମ ମହଲାରୁ ପଡ଼ି ମୃତ୍ୟୁବରଣ କରିଥିବା ଆଇନ ଛାତ୍ରଙ୍କ ପୂର୍ବତନ ପ୍ରେମିକାଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇଥିବା ଅଭିଯୋଗରେ ପୁଲିସ୍ ଗିରଫ କରିଥିଲା। ତେବେ ଗିରଫ କରାଯିବା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା ଯେଉଁଠାରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି।
ପୁଲିସ ସୂତ୍ର ଅନୁଯାୟୀ, ତଦନ୍ତରୁ ଜଣାପଡିଛି ଯେ ଆମିଟି ବିଶ୍ୱବିଦ୍ୟାଳୟର ୨୩ ବର୍ଷୀୟ ଏଲଏଲବି ଛାତ୍ର ତାପସଙ୍କ ପୂର୍ବତନ ପ୍ରେମିକା ତାଙ୍କ ସହିତ ସଂପର୍କ ଛିନ୍ନ କରିଦେବା କଥାକୁ ତାପସ ଗ୍ରହଣ କରି ପାରୁନଥିଲେ। ତାପସ ତାଙ୍କ ସହ ପ୍ୟାଚ୍-ଅପ୍ (ବୁଝାମଣା) କରିବାକୁ ଚାହୁଁଥିଲେ। ମାତ୍ର ଯୁବତୀ ଜଣଙ୍କ ଅରାଜି ଥିବାରୁ ତାପସ ନିଜ ଜୀବନ ହାରିଛନ୍ତି।
ପୁଲିସ କୋର୍ଟକୁ ଜଣାଇଛି ଯେ ତାପସର ବନ୍ଧୁମାନେ ତାଙ୍କ ପୂର୍ବତନ ପ୍ରେମିକାଙ୍କୁ ତାପସଙ୍କ ସହିତ ବୁଝାମଣା କରିବାକୁ ରାଜି କରାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେ ମନା କରିଦେଇଥିଲେ। କୋର୍ଟ ଏହା ଶୁଣିବା ପରେ କହିଛନ୍ତି ଯେ ଏହା କେବେ ବି ଆତ୍ମହତ୍ୟା ପାଇଁ ଉସୁକାଇବା ନୁହେଁ। ଏହି କାରଣରୁ ଯୁବତୀଙ୍କୁ ଜାମିନ୍ ମିଳିଛି।
ସୂତ୍ର ଅନୁଯାୟୀ ତାପସ ଏବଂ ତାଙ୍କ ପୂର୍ବତନ ପ୍ରେମିକା ଉଭୟ ଆମିଟି ବିଶ୍ୱବିଦ୍ୟାଳୟରେ ସହପାଠୀ ଥିଲେ। ସେମାନଙ୍କ ସମ୍ପର୍କ ଆରମ୍ଭ ହେବା ପରେ, ସେମାନେ ଏକାଠି ରହିବା ଆରମ୍ଭ କଲେ। ସମ୍ପ୍ରତି, ଉଭୟଙ୍କ ମଧ୍ୟରେ ମତଭେଦ ହୋଇଥିଲା ଏବଂ ମହିଳା ଜଣକ ସମ୍ପର୍କ ଶେଷ କରିବାକୁ ନିଷ୍ପତ୍ତି ନେଇଥିଲେ। ତାପସ ସୁଧାର କରିବାକୁ ଚାହୁଁଥିଲେ କିନ୍ତୁ ସେ ମନା କରିଦେଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/01/14/b3gePGMkHHfyO0rxYFAO.jpg)