ଜେଲରୁ ସଲମାନଙ୍କୁ ମଧ୍ୟ ହତ୍ୟା କରିବାର ଯୋଜନା କରିଥିଲା ସିଦ୍ଧୁଙ୍କୁ ହତ୍ୟା କରିଥିବା ଗ୍ୟାଙ୍ଗଷ୍ଟର, ହେ‌ଲେ ଏହି କାରଣ ସାଜିଲା ବାଧକ

ମୁମ୍ବାଇ: ମାନସା ଜିଲ୍ଲାରେ କଂଗ୍ରେସ ନେତା ତଥା ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁଜ୍ ୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲ। ମୁଜ୍ ୱାଲା ଏବଂ ତାଙ୍କର ଦୁଇ ବନ୍ଧୁ ପଞ୍ଜାବର ନିଜ ଗ୍ରାମ ମାନସା ଅଭିମୁଖେ ଯାଉଥିବାବେଳେ ଏହି ଆକ୍ରମଣ ହୋଇଥିଲା। କାନାଡ଼ାରେ ରହୁଥିବା ଗୋଲ୍ଡି ବ୍ରାର ଓ ତିହାର ଜେଲରେ ବନ୍ଦ ଥିବା ଲରେନ୍ସ ବିସ୍ନୋଇ ମିଶି ସିଦ୍ଧୁଙ୍କୁ ହତ୍ୟା କରିବାର ଯୋଜନା କରିଥିବା ଜଣାପଡ଼ିଛି। ଏବେ ପୁଲିସ ଲରେନ୍ସ ବିସ୍ନୋଇକୁ ରିମାଣ୍ଡରେ ନେଇ ପଚରାଉଚରା କରିବ ବୋଲି ଯୋଜନା କରୁଥିବା ବେଳେ ଲରେନ୍ସ ବିସ୍ନୋଇକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି।

କେବଳ ସିଦ୍ଧୁ ନୁହନ୍ତି ବଲିଉଡର ଦବଙ୍ଗ ଖାନ୍ ସଲମାନଙ୍କୁ ମଧ୍ୟ ହତ୍ୟା କରିବାର ଯୋଜନା କରିଥିଲା ଲରେନ୍ସ ବିସ୍ନୋଇ। ଜେଲରେ ରହି ସେ ସଲମାନଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥିଲା। ୨୦୧୮ ମସିହାରେ ଲରେନ୍ସ ବିସ୍ନୋଇ ସଲମାନ ଖାନଙ୍କୁ ଜେଲରୁ ହତ୍ୟା କରିବାକୁ ଧମକ ଦେଇଥିଲା। ହେଲେ ସଲମାନଙ୍କୁ ହତ୍ୟା କରିବା ପାଇଁ ଲରେନ୍ସ ବିସ୍ନୋଇକୁ ନିଜ ପସନ୍ଦର ଅସ୍ତ୍ର ନମିଳିବାରୁ ହତ୍ୟା ଯୋଜନା ସଫଳ ହୋଇପାରିନଥିଲା।

aajtak

ଲରେନ୍ସ ବିସ୍ନୋଇକୁ ଦିଲ୍ଲୀର ତିହାର ଜେଲରେ ରଖାଯାଇଛି ଏବଂ ସେଠାରୁ ଏଭଳି ହତ୍ୟାକାଣ୍ଡ ଘଟାଉଛି। ହ୍ବାଟସ୍ ଆପ୍ ମାଧ୍ୟମରେ ଲରେନ୍ସ ବିସ୍ନୋଇର ଗ୍ରୁପ ସୁପାରୀ ନେବା ସହ ହତ୍ୟା କରିଥାନ୍ତି। ତା’ପରେ ଫେସବୁକରେ ନିଜର ଅପରାଧ ସ୍ୱୀକାର କରନ୍ତି। ଏହି ଗ୍ୟାଙ୍ଗର ନେଟୱାର୍କ ସାରା ଦେଶରେ ବ୍ୟାପିଛି। କୁହାଯାଉଛି ଯେ, ଲରେନ୍ସ ବିସ୍ନୋଇ ଜେଲରୁ କାନାଡାରେ ବସିଥିବା ନିଜ ଗ୍ୟାଙ୍ଗଷ୍ଟର ବନ୍ଧୁ ଗୋଲଡି ବ୍ରାରଙ୍କ ସହ କଥା ହୋଇ ସିଦ୍ଧୁ ମୁଜ୍ ୱାଲାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲେ।

ସମ୍ବନ୍ଧିତ ଖବର