ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ୍ ବେକାର ଯୁବବର୍ଗଙ୍କୁ ଅପରାଧୀ କରିବାରେ ଲାଗିଛି। ସୁପାରି ନାମରେ ସୁଟରମାନଙ୍କୁ ମଧ୍ୟ ଠକୁଛି। ବିଶ୍ନୋଇ ଗ୍ୟାଙ୍ଗର ଏକ ମୁଖ୍ୟ କାର୍ଯ୍ୟ ପ୍ରଣାଳୀ ହେଉଛି ଯେ, ସେମାନେ ବେକାର, ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଯୁବବର୍ଗଙ୍କୁ ବିପୁଳ ଟଙ୍କାର ସୁପାରିରେ ପ୍ରଲୋଭିତ କରି ଗୁଳିକାଣ୍ଡ କିମ୍ବା ହତ୍ୟା ଭଳି ଅପରାଧ କରାଇଥାନ୍ତି।

Advertisment

ପୁଲିସ ଓ ଜାତୀୟ ତଦନ୍ତ ସଂସ୍ଥା (ଏନ୍‌ଆଇଏ)ର ତଦନ୍ତରେ ବାରମ୍ବାର ପ୍ରକାଶ ପାଇଛି ଯେ, ଅପରାଧିକ ରେକର୍ଡ ଥିବା ଯୁବବର୍ଗଙ୍କ ଅପେକ୍ଷା କିଛି ରେକର୍ଡ ନଥିବା ଯୁବବର୍ଗଙ୍କୁ ଗ୍ୟାଙ୍ଗ ଟାର୍ଗେଟ କରିଥାଏ। କାରଣ ସେମାନଙ୍କୁ ଟ୍ରାକ୍ କରିବା ପୁଲିସ ପାଇଁ କଷ୍ଟକର ହେବ।

ଅଧିକପଢ଼ନ୍ତୁ:ନେପାଳରେ ଭୟଙ୍କର ଭୂମିକମ୍ପ, ଥରିଉଠିଲା ଘରଦ୍ବାର

ଅନମୋଲ ବିଶ୍ନୋଇ , ଶୁଭମ ଲୋଙ୍କର ଆଦି ଗ୍ୟାଙ୍ଗ୍ ସଦସ୍ୟମାନେ ସୋସିଆଲ ମିଡିଆ, ନେଟୱାର୍କ, ସିଗ୍‌ନାଲ, ହ୍ୱାଟସଆପ କିମ୍ବା ଅନ୍ୟାନ୍ୟ ଆପ୍ ମାଧ୍ୟମରେ ଯୁବବର୍ଗଙ୍କ ସହିତ ଯୋଗାଯୋଗ କରିଥାନ୍ତି। ସେମାନଙ୍କୁ ଅଧିକ ଟଙ୍କା, ବିଦେଶରେ ବସବାସ କରିବା କିମ୍ବା ଧନୀ କରାଇବାର ପ୍ରତିଶ୍ରୁତି ଦେଇ ପ୍ରଲୋଭିତ କରିଥାନ୍ତି। ପଞ୍ଜାବ, ହରିୟାଣା, ରାଜସ୍ଥାନ, ଦିଲ୍ଲୀ, ୟୁପି ଓ ଆଖପାଖ ଅଞ୍ଚଳର ବେକାର ଯୁବବର୍ଗମାନେ ସହଜରେ ଏହି ପ୍ରଲୋଭନରେ ପଡ଼ିଯାଆନ୍ତି।

ଅଧିକାଂଶ କ୍ଷେତ୍ରରେ, ୫୦,୦୦୦ ଟଙ୍କା କିମ୍ବା ତା''''ଠାରୁ କମ୍ ଅଗ୍ରୀମ ଦିଆଯାଇଥାଏ। କାମ ଶେଷ ହେବା ପରେ ବାକି ରାଶି ୨.୫ ଲକ୍ଷ ଟଙ୍କା କିମ୍ବା ତା''''ଠାରୁ ଅଧିକ ଦେବାର ପ୍ରତିଶ୍ରୁତି ଦିଆଯାଇଥାଏ। କିନ୍ତୁ ପ୍ରାୟତଃ ଅପରାଧ କରିଥିବା ଯୁବବର୍ଗ ଧରାପଡ଼ି ଯାଆନ୍ତି ଏବଂ କେବେବି ସମ୍ପୂର୍ଣ୍ଣ ଟଙ୍କା ପାଆନ୍ତି ନାହିଁ। ଏହା ଦ୍ବାରା ସେମାନେ ଠକାମିର ଶିକାର ହୋଇଥାନ୍ତି।
ଏନ୍‌ଆଇଏ ଓ ଦିଲ୍ଲୀ ପୁଲିସର କହିବା ଅନୁସାରେ, ଏହି ଗ୍ୟାଙ୍ଗ୍ ଜାଣିଶୁଣି ଏପରି ଯୁବବର୍ଗମାନଙ୍କୁ ବାଛିଥାଏ ଯାହାଙ୍କର ପୂର୍ବରୁ କୌଣସି ଅପରାଧିକ ରେକର୍ଡ ନାହିଁ। ଫଳରେ ପୂଲିସ ପାଇଁ ତଦନ୍ତ କରିବା କଷ୍ଟକର ହୋଇଥାଏ। କାରଣ ସେମାନଙ୍କ ନାମ ପୂର୍ବରୁ କୌଣସି ଡାଟାବେସରେ ପଞ୍ଜିକୃତ ହୋଇ ନଥାଏ। ଏହା ବ୍ୟତୀତ, ଏହି ଗୁଳିକାରୀମାନେ ଗ୍ୟାଙ୍ଗ୍ ବିଷୟରେ ଅଧିକ ଜାଣି ନଥାନ୍ତି। ତେଣୁ ସେମାନେ ଯଦି ଧରାପଡ଼ନ୍ତି ତେବେ ପୁଲିସକୁ କିଛି କହି ପାରନ୍ତି ନାହିଁ।

ରୋହିତ ଶେଟ୍ଟୀଙ୍କ ଘରେ ଗୁଳିକାଣ୍ଡ (ଫେବ୍ରୁଆରି ୨୦୨୬)

 ଅଭିଯୁକ୍ତ ଯୁବକମାନଙ୍କୁ ମୋଟ ୩ ଲକ୍ଷ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ମୁଖ୍ୟ ଗୁଳିକାଣ୍ଡକାରୀ ଦୀପକ ଶର୍ମାଙ୍କୁ ୫୦,୦୦୦ ଟଙ୍କା ଅଗ୍ରିମ ଦିଆଯାଇଥିଲା। ଏହି ଯୁବକମାନେ ବେକାର କିମ୍ବା କମ୍ ଶିକ୍ଷିତ ଥିଲେ ଏବଂ ଲୋଭର ଶିକାର ହୋଇଥିଲେ।ସଲମାନ୍ ଖାନଙ୍କ ଘରେ ଗୁଳିକାଣ୍ଡ (୨୦୨୪): ଗୁଳିକାଣ୍ଡକାରୀମାନଙ୍କୁ ୪ ଲକ୍ଷ ଟଙ୍କା ପ୍ରତିଶ୍ରୁତି ଦିଆଯାଇଥିଲା ଏବଂ ସେମାନଙ୍କୁ ୧ ଲକ୍ଷ ଟଙ୍କା ଆଗୁଆ ଦିଆଯାଇଥିଲା। କିନ୍ତୁ ସମସ୍ତେ ଧରାପଡ଼ିଥିଲେ ଏବଂ ସେମାନଙ୍କୁ ବାକି ଟଙ୍କା ମିଳିନଥିଲା।

ବାବା ସିଦ୍ଦିକି ହତ୍ୟା (୨୦୨୪): ବିଭିନ୍ନ ଗୁଳିକାଣ୍ଡକାରୀଙ୍କୁ ୨-୧୫ ଲକ୍ଷ ଟଙ୍କା ପ୍ରତିଶ୍ରୁତି ଦିଆଯାଇଥିଲା କିନ୍ତୁ ସେମାନଙ୍କୁ ୫୦,୦୦୦ ଟଙ୍କା କିମ୍ବା ତା’ଠାରୁ କମ୍ ଟଙ୍କା ଆଗୁଆ ଦିଆଯାଇଥିଲା। ଏହି ଯୁବକମାନଙ୍କ ମଧ୍ୟରୁ ଅନେକ ବେକାର ଥିଲେ।

ଅଧିକପଢ଼ନ୍ତୁ:ବ୍ରାହ୍ମଣୀ ନଦୀ ଉପରେ ନିର୍ମାଣାଧୀନ ୧୩ କୋଟିର ସେତୁର କାର୍ଯ୍ୟ ନେଇ ଅଭିଯୋଗ