ନୂଆଦିଲ୍ଲୀ: ଭଟିଣ୍ଡା ଜେଲ୍ରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଅଭିନେତା ସଲମାନ ଖାନ୍ଙ୍କୁ ଆଜି ଧମକ ଦେଇଛି। ବିଷ୍ଣୋଇ କହିଛି ୧୯୯୮ କୃଷ୍ଣସାର ମୃଗ ଶିକାର ପାଇଁ ସଲମାନ କ୍ଷମା ମାଗିବା ଉଚିତ। ନଚେତ ସେ ପରିଣାମ ଭୋଗିବାପାଇଁ ପ୍ରସ୍ତୁତ ରୁହନ୍ତୁ। ବିଷ୍ଣୋଇ ଆଜି ଜେଲ୍ରୁ ଟିଭି ଚ୍ୟାନେଲ୍କୁ ସାକ୍ଷାତକାର ଦେବା ସମୟରେ ଏହି ଧମକ ଦେଇଛି। ତେବେ ଜେଲ୍ରେ ବିଷ୍ଣୋଇର ସାକ୍ଷାତକାରକୁ ନେଇ ବିଜେପି ପ୍ରଶ୍ନ ଉଠାଇଛି। ପୂର୍ବତନ ବିଜେପି ବିଧାୟକ ମଜିନ୍ଦର ସିଂହ ସିର୍ସା କହିଛନ୍ତି, ଲରେନ୍ସ ବିଷ୍ଣୋଇର ସାକ୍ଷାତକାର ପଂଜାବରେ ପୁଲିସ ପ୍ରଶାସନ ଉପରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଜେଲ୍ରୁ ଲରେନ୍ସ ବିଷ୍ଣୋଇ ଟିଭି ଚ୍ୟାନେଲ୍କୁ ସାକ୍ଷାତକାର ଦେଇଥିବା ଖବରକୁ ପଂଜାବ ସରକାର ଖଣ୍ଡନ କରିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp