ନୂଆଦିଲ୍ଲୀ : କୋଭିଡ୍ରେ ପ୍ରାଣ ହରାଇଛନ୍ତି ଓଡ଼ିଆ ଆଇନଜୀବୀ ମନୋଜ ଦାସ (୫୫)। ସେ ଦୀର୍ଘ ଦିନରୁ ସୁପ୍ରିମ୍କୋର୍ଟରେ ଓକିଲାତି କରୁଥିଲେ। ଗତ ୨୧ ତାରିଖରୁ କରୋନାରେ ସଂକ୍ରମିତ ହୋଇ ସେ ଗ୍ରେଟର ନୋଏଡ଼ାସ୍ଥିତ ଶାରଦା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତକାଲି ଚିକିତ୍ସିତ ଅବସ୍ଥାରେ ଅକ୍ସିଜେନ୍ର ଅଭାବ ଯୋଗୁଁ ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ହୋଇଯାଇଥିଲା। ଆଜି ସେ ପ୍ରାଣ ହରାଇଛନ୍ତି। ଶ୍ରୀ ଦାସ ନୋଏଡ଼ା ସେକ୍ଟର ୯୯ର ସୁପର୍ ଟାୱାର୍ ଆବାସିକ ଆପାର୍ଟମେଣ୍ଟରେ ପରିବାର ସହ ରହୁଥିଲେ। ତାଙ୍କର ଅକାଳ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।
କୋଭିଡ୍ରେ ଆଇନଜୀବୀ ମନୋଜ ଦାସଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2021/04/manoj-das-d.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)