ଏନ୍‌ଏଚ୍‌ଆର୍‌ସି ନିର୍ଦ୍ଦେଶ ସତ୍ତ୍ବେ ରାଧାକାନ୍ତଙ୍କୁ ମିଳିନି ପୁଲିସ ସୁରକ୍ଷା

ନୂଆଦିଲ୍ଲୀ : ନିଜ ଜିଲ୍ଲା ଭଦ୍ରକ ତଥା ଦେଶର ବିଭିନ୍ନ ସ୍ଥାନରେ ମାନବାଧିକାର ଉଲ୍ଲଂଘନ ନେଇ ଏନ୍‌ଏଚଆରସିରେ ପିଟିସନ୍‌ ଦାଖଲ କରିଥିବା ସୁପ୍ରିମକୋର୍ଟର ଆଇନଜୀବୀ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶ‌ାଇ ଏନ୍‌ଏଚ୍‌ଆର୍‌ସିରେ ପୁଲିସ ସୁରକ୍ଷା ଲୋଡ଼ିଥିଲେ। ଏନ୍‌ଏଚଆରସି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ଆଇନ ମୁତାବକ ତାଙ୍କ ସୁରକ୍ଷା ସୁନିଶ୍ଚିତ କରିବାପାଇଁ ନିର୍ଦ୍ଦେଶ ଦେଇଥି‌ଲେ। କିନ୍ତୁ ଏନ୍‌ଏଚଆରସି ନିର୍ଦ୍ଦେଶର ୬ ମାସ ବିତି ଯାଇଥିଲେ ସୁଦ୍ଧା ରାଧାକାନ୍ତଙ୍କୁ ସୁରକ୍ଷା ପ୍ରଦାନ କରାଯାଇନାହିଁ।

ସମ୍ବନ୍ଧିତ ଖବର