ମୁସେୱାଲାଙ୍କ ହତ୍ୟାକାରୀଙ୍କ ମାମଲା ଲଢ଼ିବେ ନାହିଁ ଓକିଲ!

ଚଣ୍ଡୀଗଡ଼: ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡକୁ ନେଇ ପଞ୍ଜାବରେ ଆକ୍ରୋଶ ଏପର୍ଯ୍ୟନ୍ତ ଥମି ହୋଇନାହିଁ। ସିଦ୍ଧୁ ମୁସେୱାଲାଙ୍କ ସମର୍ଥକମାନେ ଦୋଷୀଙ୍କୁ ଶୀଘ୍ର ଦଣ୍ଡିତ କରିବାକୁ ଦାବି କରୁଛନ୍ତି। ତେବେ ଏହାରି ମଧ୍ୟରେ ମାନସା ଜିଲ୍ଲା ବାର୍ ଆସୋସିଏସନ୍ ଘୋଷଣା କରିଛି ଯେ ଆଇନଜୀବୀ ପ୍ୟାନେଲ୍ ମୁସେୱାଲାଙ୍କ ପରିବାରକୁ ବିନାମୂଲ୍ୟରେ ସାହାଯ୍ୟ କରିବେ।

ସେହିପରି ଏହି ମାମଲାରେ ଅଭିଯୁକ୍ତଙ୍କ ସପକ୍ଷରେ କୌଣସି ଓକିଲ ଲଢ଼ିବେ ନାହିଁ। ରାଜ୍ୟ ସରକାର ଭିଭିଆଇପି ପାଇଁ ସୁରକ୍ଷା ପ୍ରତ୍ୟାହାର କରିବାର ଗୋଟିଏ ଦିନ ପରେ ମେ ୨୯ରେ ପଞ୍ଜାବର ମାନସା ଜିଲ୍ଲାରେ ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ୱାରା ପଞ୍ଜାବୀ ଗାୟକ ତଥା ରାଜନେତା ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଆକ୍ରମଣରେ ତାଙ୍କ ସମ୍ପର୍କୀୟ ତଥା ତାଙ୍କ ବନ୍ଧୁ ମଧ୍ୟ ଆହତ ହୋଇଥିଲେ।

ସୂଚନା ଥାଉ କି ଯେ ମୁସେୱାଲାଙ୍କ ଉପରକୁ ଗୁଳି ଚଳାଇଥିବା ୮ଜଣ ସାର୍ପ ସୁଟରଙ୍କ ମଧ୍ୟରୁ ତିନିଜଣ ପଞ୍ଜାବର ହୋଇଥିବା ବେଳେ ହରିୟାଣା ଏବଂ ମହାରାଷ୍ଟ୍ରରୁ ଦୁଇଜଣ ଏବଂ ରାଜସ୍ଥାନରୁ ଜଣେ ଥିବା ଜଣାପଡ଼ିଛି। ଏହା ସହ ଦିଲ୍ଲୀର ତିହାର ଜେଲରେ ବନ୍ଦ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ରିମାଣ୍ଡରେ ନେଇ ପଚରାଉଚରା କରୁଛି ଦିଲ୍ଲୀର ସ୍ପେଶାଲ ସେଲ୍। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଲୋକଙ୍କୁ ଧରିବା ପାଇଁ ୧୫ ଟି ପୁଲିସ ଟିମ୍ ଗଠନ କରାଯାଇଛି |

ସମ୍ବନ୍ଧିତ ଖବର