ହାଇଦ୍ରାବାଦ୍ : ତେଲେଙ୍ଗାନା ହାଇକୋର୍ଟର ଜଣେ ଓକିଲ ଦମ୍ପତିଙ୍କୁ ଆଜି ଦିବାଲୋକରେ ହତ୍ୟା କରାଯାଇଛି। ଓକିଲ ଗଟ୍ଟୁ ବମନ ରାଓ ଏବଂ ତାଙ୍କ ପତ୍ନୀ ପିଭି ନାଗମଣି ଆଜି ମନଥାନିରେ ଏକ କୋର୍ଟ ମାମଲାରେ ଯୋଗ ଦେଇ ହାଇଦ୍ରାବାଦ୍କୁ ସେମାନଙ୍କ କାର୍ରେ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ବାଟରେ ସେମାନଙ୍କ ଗାଡ଼ି ଅଟକାଇଥିଲେ ଏବଂ ଅଚାନକ ସେମାନଙ୍କ ଉପରକୁ ଛୁରୀରେ ଆକ୍ରମଣ ଆରମ୍ଭ କରିଥିଲେ। ବାରମ୍ବାର ଆକ୍ରମଣ କରିବା ପରେ ସେମାନେ ସ୍ଥାନ ଛାଡ଼ି ପଳାଇଥିଲେ। ଓକିଲ ଦମ୍ପତିଙ୍କୁ ତୁରନ୍ତ ହସ୍ପିଟାଲ୍ ନିଆଯାଇଥିଲା ଏବଂ ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଓକିଲ ଦମ୍ପତିଙ୍କ କାର୍ ଡ୍ରାଇଭରଙ୍କୁ ପୁଲିସ ଜେରା କରୁଛି। ଏହି ବର୍ବର ହତ୍ୟାକାଣ୍ଡର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଉଲ୍ଲେଖଯୋଗ୍ୟ ଏହି ଓକିଲ ଦମ୍ପତି ସେମାନଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ପୂର୍ବରୁ ରାଜ୍ୟ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନିକଟରେ ଅଭିଯୋଗ କରିଥିଲେ।
ତେଲେଙ୍ଗାନାରେ ବର୍ବର କାଣ୍ଡ ଓକିଲ ଦମ୍ପତିଙ୍କୁ ଦିବାଲୋକରେ ହତ୍ୟା
/sambad/media/post_attachments/wp-content/uploads/2021/02/fsh8fsh47fsh456fs4h56fsh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)