ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ପୂର୍ବ ଆଦେଶ ଅନୁସାରେ କେତେକ ଆଇନଜୀବୀ ସଂଘ କାର୍ଯ୍ୟରେ ଯୋଗଦେଇଛନ୍ତି ଏବଂ ଅଦାଲତ କାର୍ଯ୍ୟ ଚାଲୁରହିଛି। ଆଉ କେତେକ ସଂଘ ଆନ୍ଦୋଳନ ଜାରି ରଖିଛନ୍ତି। ଓଡ଼ିଶା ହାଇକୋର୍ଟଙ୍କ ରେଜିଷ୍ଟ୍ରାର୍‌ଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏ ସମ୍ପର୍କରେ ଏକ ସତ୍ୟପାଠ ଦାଖଲ କରାଯାଇଛି।

Advertisment

ସତ୍ୟପାଠରେ ଉଲ୍ଲେଖ କରାଯାଇଛି ଯେ ସୋନପୁର ଜିଲ୍ଲା ଅଦାଲତ ଜାନୁଆରି ୨୭ରୁ, ବୀରମହାରାଜପୁର ଅଦାଲତ ଜାନୁଆରି ୨୭ରୁ, ବିନିକା ଅଦାଲତ ଜାନୁଆରି ୨୭ରୁ, ତରଭା ଅଦାଲତ ଜାନୁଆରି ୨୭ରୁ, ଡୁଙ୍ଗୁରିପାଲି ଅଦାଲତ ଜାନୁଆରି ୧୬ରୁ, ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟାଳୟ ଅଦାଲତ ଜାନୁଆରି ୧୭ରୁ ରାଜଗାଙ୍ଗପୁର ଅଦାଲତ ଫେବ୍ରୁଆରି ୩ରୁ ତଥା ବଣେଇ ଅଦାଲତ ଜାନୁଆରି ୨୪ରୁ କାର୍ଯ୍ୟ ଆରମ୍ଭ କରିଥିବାର ସତ୍ୟପାଠରେ କୁହାଯାଇଛି।

ସତ୍ୟପାଠରେ ଫେବ୍ରୁଆରି ୧୨ ସୁଦ୍ଧା ବରଗଡ଼ ଜିଲ୍ଲାର ପଦ୍ମପୁର, ସୋହେଲା ଓ ଅତାବିରା ଅଦାଲତ, ବଲାଙ୍ଗିର ଜିଲ୍ଲାର ଲୋଇସିଙ୍ଗା ଅଦାଲତ, ଦେଓଗଡ଼ ଜିଲ୍ଲାର ଦେଓଗଡ଼ ଓ ରିଆମାଲ ଅଦାଲତ, ଝାରସୁଗୁଡ଼ା ଜିଲ୍ଲାର ଝାରସୁଗୁଡ଼ା ଓ ଲଖନପୁର ଅଦାଲତ, ସମ୍ବଲପୁର ଜିଲ୍ଲାର ସମ୍ବଲପୁର, କୁଚିଣ୍ଡା ଓ ରାଏରାଖୋଲ ଅଦାଲତ ମାନଙ୍କରେ କାର୍ଯ୍ୟବନ୍ଦ, ଆନ୍ଦୋଳନ ଓ ପିକେଟିଂ ଜାରି ରହିଥିବାର ଦାଖଲ କରାଯାଇଥିବା ସତ୍ୟପାଠରେ କୁହାଯାଇଛି।

ଆସନ୍ତା ୧୭ ତାରିଖ ଦିନ ସୁପ୍ରିମକୋର୍ଟ ବିଚାରପତି ସଞ୍ଜୟ କିଷନ କୌଲ୍ ଓ ବିଚାରପତି କେ ଏମ ଯୋଶେଫଙ୍କ ଖଣ୍ଡପୀଠରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନଧାର୍ଯ୍ୟ କରାଯାଇଛି।