ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣା: କସାବ ପକ୍ଷରୁ ଓକିଲାତି କରିଥିବା ଆଇନଜୀବୀଙ୍କ ପାଉଣା ଦେବ ମହରାଷ୍ଟ୍ର ସରକାର

ମୁମ୍ବାଇ: ମୁମ୍ବାଇ ଆତଙ୍କବାଦୀ ଘଟଣାରେ ୧୬୬ ଲୋକଙ୍କ ମୃତ୍ୟୁର କାରଣ ସାଜିଥିବା ଲସ୍କର ଇ ତୋଇବା ଆତଙ୍କବାଦୀ ଆଜମଲ କସାବକୁ ନ୍ୟାୟିକ ସହଯୋଗ ଯୋଗାଇ ଦେଇଥିବା ମୁମ୍ବାଇର ଦୁଇଜଣ ଆଇନଜୀବୀ ଘଟରା୮ ବର୍ଷ ପରେ ମଧ୍ୟ ସେମାନଙ୍କ ପାଉଣା ପାଇ ନାହାଁନ୍ତି। ମୁମ୍ବାଇ ହାଇକୋର୍ଟ ଦ୍ୱାରା ନିଯୁକ୍ତ ଆଇନଜୀବୀ ଦ୍ୱୟ କସାବ ପାଇଁ ଅଦାଲତରେ ଯୁକ୍ତି କରିଥିଲେ। ମାତ୍ର ଇତିମଧ୍ୟରେ କସାବକୁ ଫାଶି ଦିଆଯିବା ୭ ବର୍ଷ ଅତିକ୍ରମ କରି ସାରିଥିଲେ ମଧ୍ୟ ଆଇନଜୀବୀଦ୍ୱୟଙ୍କୁ ସେମାନଙ୍କ ପାଉଣା ମିଳି ନାହିଁ। ଏହି ଆଇନଜୀବୀ ଦ୍ୱୟଙ୍କୁ ମହରାଷ୍ଟ୍ର ସରକାର ସେମାନଙ୍କ ପାଉଣା ପ୍ରଦାନ କରିବେ।
ସୂଚନା ଯାଗ୍ୟ ଯେ ୨୦୦୮ ମସିହାରେ ପାକିସ୍ତାନର ଲସ୍କର ଇ ତୋଇବା ଆତଙ୍କବାଦୀ ସଙ୍ଗଠନର ୧୦ଜଣ ତାଲିମପ୍ରାପ୍ତ କୁଖ୍ୟାତ ଆତଙ୍କବାଦୀ ମୁମ୍ବାଇର ବିଭିନ୍ନ ସ୍ଥାନରେ ୨୦୦୮ ମସିହା ନଭେମ୍ବର ମାସ ୨୬ ତାରିଖ ଦିନ ଆଖିବୁଜା ଗୁଳିମାଡ଼ ଓ ଗ୍ରେନେଡ ମାଡ଼ କରି ମୋଟ ୧୬୬ ଲୋକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ତେବେ ପୁଲିସର ଜବାବ ଗୁଳିରେ ୧୦ଜଣଙ୍କ ମଧ୍ୟରୁ ୯ ଜଣ ମୃତ୍ୟୁବରଣ କରିଥିଲେ। କେବଳ ଆଜମଲ କସାବକୁ ଆହତ ଅବସ୍ଥାରେ ଗିରଫ କରିଥିଲା ଭାରତୀୟ ପୁଲିସ। ତେବେ କସାବ ତା ବିରୋଧରେ ଚାଲିଥିବା ମାମଲା ପରିଚାଳନା ପାଇଁ ତାଙ୍କୁ ଆଇନଜୀବ ଯୋଗାଇ ଦେବାକୁ ମୁମ୍ବାଇ ହାଇକୋର୍ଟରେ ଆବେଦନ କରିଥିଲା। ଏହିକ୍ରମରେ କସାବ ପକ୍ଷରୁ ମାମଲା ପରିଚାଳନା କରିବାକୁ ମୁମ୍ବାଇ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଜେଏନ ପାଟିଲ ଆଇନଜୀବୀ ଅମୀନ ସୋଲକର ଓ ଆଇନଜୀବୀ ଫରାହାନ ଶାହଙ୍କୁ ନିଯୁକ୍ତି ଦେଇଥିଲେ। ତେବେ ମୁମ୍ବାଇ ଆତଙ୍କବାଦୀ ମାମଲାରେ ଅଭିଯୁକ୍ତ ଅଜମଲ କସାବକୁ ୨୦୧୨ ମସିହା ନଭେମ୍ବର ୧୨ ତାରିଖ ଦିନ ଭାରତ୍ର ନ୍ରିକ ବ୍ୟବସ୍ଥା ୍ରନୁଯାୟୀ ଫାଶି ଖୁଣ୍‌ଟରେ ଝୁଲାଇ ଦିାଯାଇତିଲା। ତେବେ କସା ପକ୍ଷରୁ ମୋକଦ୍ଦମା ଏଢ଼ୁଥିବା ଆଇନଜୀବୀ ସୋଲକ ଓ ଶାହଙ୍କୁ ମହାରାଷ୍ଟ୍ର ସରକାରସେମାନଙ୍କ ଫାଉଣା ଦେବା କଥା। ବର୍ତ୍ତମାନ ସୁଦ୍ଧା ତାହା ପୈଠ ହୋଇନାହିଁ। ମହାରାଷ୍ଟ୍ର ସରକାର କହିଛନ୍ତି ଯେ ଆଇନଜୀବୀ ଦ୍ୱୟ ସେମାନଙ୍କ ବିଲ ପୈଠ କରି ନ ଥିବାରୁ ସେମାନଙ୍କୁ ସେମାନଙ୍କ ପାଉଣା ଦିଆଯାଇ ନାର୍ହି।। ଅପରପକ୍ଷେ ଆଇନଜୀବୀ ମାନେ କହିଛନ୍ତି ଯେ ସରକାରୀ ଓକିଲମାନଙ୍କୁ ବିଲ ଦେବାକୁ ପଡ଼ି ନ ଥାଏ।

ସମ୍ବନ୍ଧିତ ଖବର