ପଲୱଲ୍(ହରିୟାଣା): ରାଷ୍ଟ୍ରୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ)ର ତଦନ୍ତରୁ ଏକ ବଡ଼ ଘଟଣାର ପର୍ଦ୍ଦାଫାସ ହୋଇଛି। ରିପୋର୍ଟ ମୁତାବକ ହରିୟାଣାର ପଲୱଲ୍ ସହରରେ ଥିବା ଏକ ମସ୍ଜିଦ୍ର ନିର୍ମାଣ ପାଇଁ ଲସ୍କର-ଏ-ତଇବା ପାଣ୍ଠି ଯୋଗାଇଥିଲା। ଏହି ମସ୍ଜିଦ୍ ପଲୱଲ୍ ଜିଲ୍ଲା ଅନ୍ତର୍ଗତ ଉତ୍ତାୱର ଗ୍ରାମରେ ରହିଛି। ଏହାର ନାମ ଖୁଲାଫା-ଏ-ରସିଦିନ୍। ତେବେ ଗ୍ରାମ ମୁଖିଆ ଏନ୍ଆଇଏର ଏଭଳି ରିପୋର୍ଟକୁ ଖଣ୍ଡନ କରିଦେଇଛନ୍ତି। ଏନ୍ଆଇଏ ଅଧିକାରୀମାନେ ଅକ୍ଟୋବର ୩ ତାରିଖରେ ତଦନ୍ତ କରିଥିଲେ। ତଦନ୍ତର ୩ ଦିନ ପରେ ଏଜେନ୍ସି ବହୁଚର୍ଚ୍ଚିତ ଆତଙ୍କବାଦ ପାଣ୍ଠି ଯୋଗାଣ ମାମଲାରେ ମସ୍ଜିଦ୍ର ଇମାମ ମହମ୍ମଦ ସଲମାନ୍ ସମେତ ୩ ଜଣଙ୍କୁ ଗିରଫ କରିଥିଲା। ମହମ୍ମଦ ସଲମାନ୍କୁ ଦୁବାଇ ନିବାସୀ ପାକିସ୍ତାନୀ ନାଗରିକ କାମରାନ୍ ଠାରୁ ୭୦ ଲକ୍ଷ ଟଙ୍କାର ଚେକ୍ ମିଳିଥିଲା। କୁହାଯାଉଛି ଯେ କାମରାନ୍ ଆତଙ୍କୀ ସଂଗଠନ ପାଇଁ କାମ କରୁଛି ଏବଂ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଅର୍ଥ ଉପଲବ୍ଧ କରୁଛି। ଏ ବାବଦରେ ଏବେ ଏନ୍ଆଇଏ ମସ୍ଜିଦ୍ର ପଦାଧିକାରୀମାନଙ୍କୁ ପଚରାଉଚରା କରୁଥିବା ବେଳେ ପାଣ୍ଠି ହାସଲ ସଂକ୍ରାନ୍ତରେ ଦସ୍ତାବିଜ ଜବତ କରିନେଇଛି। କିନ୍ତୁ ଏନ୍ଆଇଏର ଏଭଳି ତଦନ୍ତ ରିପୋର୍ଟକୁ ଗ୍ରାମର ମୁଖିଆ ରମେଶ ପ୍ରଜାପତି ଖଣ୍ଡନ କରିଛନ୍ତି।
ଏନ୍ଆଇଏ ତଦନ୍ତ ରିପୋର୍ଟ : ହରିୟାଣାରେ ଲସ୍କର ଅର୍ଥରେ ମସ୍ଜିଦ୍ ନିର୍ମାଣ
/sambad/media/post_attachments/wp-content/uploads/2018/10/hafiz_saeeds_let_funded_a_haryana_mosque_.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)