ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଲକ୍ଷ୍ମୀବାଇ କଲେଜର ଅଧ୍ୟକ୍ଷା ଡକ୍ଟର ପ୍ରତ୍ୟୁଷା ବତ୍ସଳା ଶ୍ରେଣୀଗୃହ କାନ୍ଥରେ ଗୋବର ଲଗାଉଥିବାର ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହୋଇଛି। ଭାଇରାଲ ଭିଡିଓକୁ କିଛିଲୋକ ସମାଲୋଚନା କରୁଥିବା ବେଳେ ଆଉ କିଛିଲୋକ ପ୍ରଶଂସା କରିଛନ୍ତି।
ଡକ୍ଟର ବତ୍ସଳା ଏହି ଘଟଣାକୁ ନେଇ କହିଛନ୍ତି, ଏହା ଏକ ଶୈକ୍ଷିକ ଗବେଷଣା ପ୍ରକଳ୍ପର ଅଂଶ ଭାବରେ କରାଯାଉଛି। ଯାହାର ଉଦ୍ଦେଶ୍ୟ ରହିଛି ଗରମରମୁକାବିଲା କରିବା ପାଇଁ ପାରମ୍ପରିକ ଭାରତୀୟ ଉପାୟଗୁଡ଼ିକର ଅନୁସନ୍ଧାନ କରିବା।
ଏହି ପରୀକ୍ଷଣ କଲେଜ କ୍ୟାମ୍ପସ ଭିତରେ ଥିବା ଏକ ପୋର୍ଟା କ୍ୟାବିନରେ କରାଯାଉଛି। ମୁଁ ନିଜେ ଏକ କ୍ୟାବିନରେ ମାଟି ଏବଂ ଗୋବରର ଏକ ସ୍ତର ଲଗାଇଥିଲି। ଏହା ଏକ ପ୍ରାକୃତିକ ସାମଗ୍ରୀ ଏବଂ ଏହାକୁ ବ୍ୟବହାର କରିବାରେ କୌଣସି କ୍ଷତି ନାହିଁ। ଏହାଦ୍ବାରା ପିଲାମାନଙ୍କ ଶ୍ରେଣୀଗୃହ ପ୍ରାକୃତିକ ଉପାୟରେ ଥଣ୍ଡା ରହି ପାରିବ।
ଅନଲାଇନ୍ ପ୍ରତିକ୍ରିୟାର ଜବାବରେ ମୁଁ କହିବି କିଛି ଲୋକ ଗବେଷଣାର ସମ୍ପୂର୍ଣ୍ଣ ପରିସର ଏବଂ ଉଦ୍ଦେଶ୍ୟ ନ ବୁଝି ପ୍ରତିକ୍ରିୟା ଦେଉଛନ୍ତି।’
ଏହି ଘଟଣାରେ ଅସନ୍ତୋଷ ବ୍ୟକ୍ତ କରି କଲେଜ ଛାତ୍ର ସଂଘର ଅଧ୍ୟକ୍ଷ ରୌନକ ଖତ୍ରି ଅନ୍ୟ ଛାାତ୍ରଛାତ୍ରୀଙ୍କ ସହିତ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। କାର୍ଯ୍ୟାଳୟରେ କାନ୍ଥରେ ଛାତ୍ରଛାତ୍ରୀମାନେ ବି ଗୋବର ଲିପିଥିଲେ। ଆଉ ପ୍ରତିକ୍ରିୟାରେ କହିଥିଲେ, ‘ଶ୍ରେଣୀଗୃହକୁ ଯଦି ପ୍ରାକୃତିକ ଉପାୟରେ ଥଣ୍ଡା ରଖିବା ପାଇଁ ଗୋବର ଲିପା ଯାଉଛି। ତେବେ ଅଧ୍ୟକ୍ଷାଙ୍କ କୋଠରି କାହିଁକି ବାଦ ପଡ଼ିବ।’