ଚଣ୍ଡିଗଡ଼: ବଳାତ୍କରୀ ବାବା ରାମ ରହିମଙ୍କ ପାଳିତା କନ୍ୟା ହନିପ୍ରୀତଙ୍କ ବିରୋଧରେ ଗିରଫ ପରୱାନା ଜାରି କଲା ହରିୟାଣା ପୁଲିସ। ଏଥିସହିତ ଡେରା ପ୍ରବକ୍ତା ଆଦିତ୍ୟ ଇନସାଁ ଓ ପବନ ଇନସାଁଙ୍କ ବିରୋଧରେ ମଧ୍ୟ ଗିରଫ ପରୱାନା ଜାରି ହୋଇଛି। ଏହି ଘୋଷଣା ନାମା ଅକ୍ଟୋବର ଶେଷ ଯାଏଁ ଲାଗୁ ରହିବ। ଯଦି ଏହି ସମୟ ମଧ୍ୟରେ ଏମାନେ ଗିରଫ ନହୁଅନ୍ତି, ତେବେ ଏମାନଙ୍କୁ ପଳାତକ ଘୋଷଣା କରାଯିବ।
ହରିୟାଣା ପୁଲିସର ଏକ ଟିମ ହନିପ୍ରୀତଙ୍କୁ ଖୋଜିବାକୁ ତଲାସ ଅଭିଯାନ ଜୋରଦାର କରିଛି। ଦିଲ୍ଲୀର ଗ୍ରେଟର କୈଳାଶ ଓ ଚିତରଂଜନ ପାର୍କ ଅଂଚଳରେ ଚଢାଉ କରିଛି ହରିୟାଣା ପୁଲିସର ଏକ ଟିମ। ଦୀର୍ଘ ଏକ ମାସ ହେବ, ହନିପ୍ରୀତ ଫେରାର ଅଛନ୍ତି। ହନିପ୍ରୀତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ପୁଲିସ ଜାଲ ବିଛାଇଛି। ସେପଟେ ଦିଲ୍ଲୀ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି ହନିପ୍ରୀତଙ୍କ ଓକିଲ। ସୋମବାର ଦିନ ହନିପ୍ରୀତ ତାଙ୍କ ଓକିଲଙ୍କ ନିକଟକୁ ଆସିଥିବା ସେ କହିଛନ୍ତି। ତେବେ ରାମରହିମଙ୍କ ପାଳିତା କନ୍ୟା ନୂଆଦିଲ୍ଲୀରେ ହିଁ ଲୁଚି ରହିଥିବା ଏକପ୍ରକାର ସ୍ପଷ୍ଟ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/09/62-8.jpg)