ଚେଲମେଶ୍ୱରଙ୍କ ମନ୍ତବ୍ୟକୁ ବାର୍‌ କାଉନ୍‌ସିଲ୍‌ର ବିରୋଧ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଅବସରପ୍ରାପ୍ତ ବିଚାରପତି ଜେ.ଚେଲମେଶ୍ୱର ଅବସର ଗ୍ରହଣ କରିବାର କିଛି ଦିନ ପରେ ଗଣମାଧ୍ୟମକୁ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ଆଜି ବାର୍‌ କାଉନସିଲ ଅଫ ଇଣ୍ଡିଆ(ବିସିଆଇ) ତୀବ୍ର ବିରୋଧ କରିଛି। ଜଷ୍ଟିସ୍‌ ଚେଲମେଶ୍ୱର ଗଣମାଧ୍ୟମରେ ଯେଉଁସବୁ ବିବାଦୀୟ ଓ ଅପ୍ରାସଙ୍ଗିକ ବିବୃତି ଦେଇଛନ୍ତି ତାହା ନିନ୍ଦନୀୟ ଓ ଆଇନଜୀବୀ ଏହାକୁ ବରଦାସ୍ତ କରିବେ ନାହିଁ ବୋଲି ବିସିଆଇ କହିଛି। ଉଲ୍ଳେଖଯୋଗ୍ୟ, ଜଷ୍ଟିସ୍‌ ଚେଲମେଶ୍ୱର ଗତ ୨୨ ତାରିଖରେ ବିଚାରପତି ପଦରୁ ଅବସର ଗ୍ରହଣ କରିବା ପରେ ଜଷ୍ଟିସ୍‌ ଜୋଶେଫଙ୍କ ନିଯୁକ୍ତି ପ୍ରସଙ୍ଗକୁ ନେଇ ଗଣମାଧ୍ୟମରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର