ଛୋଟା ସକିଲ୍‌ର ହିଟ୍‌ଲିଷ୍ଟ୍‌ରେ ନେତା, ବିଚାରପତି

ନୂଆଦିଲ୍ଲୀ : ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ଶାଖା ଦ୍ବାରା ଅଣ୍ଡରୱାର୍ଲ୍ଡ ଡନ୍‌ ଛୋଟା ସକିଲ୍‌ ବିରୋଧରେ ଏକ ଏଫ୍‌ଆଇଆର ରୁଜୁ ହୋଇଛି। ଏଫ୍ଆଇଆର୍‌ରେ ଦର୍ଶାଯାଇଛି ଯେ ଛୋଟା ସକିଲ୍‌ ଦିଲ୍ଲୀରେ ପ୍ରମୁଖ ରା‌ଜନେତା ଏବଂ କିଛି ବିଚାରପତିଙ୍କୁ ହତ୍ୟା କରିବାକୁ ଯୋଜନା କରୁଛି। ରାଜନେତା ଏବଂ ବିଚାରପତିମାନେ ଛୋଟା ସକିଲ୍‌ର ହିଟ୍‌ ଲିଷ୍ଟ୍‌ରେ ଅଛନ୍ତି। ଛୋଟା ସକିଲ୍‌ ହତ୍ୟାକାଣ୍ଡ ପାଇଁ ଅତ୍ୟାଧୁନିକ ଅସ୍ତ୍ର ଆଣିଛି ଏବଂ ଏହାକୁ ନିଜର ସହଯୋଗୀମାନଙ୍କ ମଧ୍ୟରେ ବାଣ୍ଟିଛି। ଦିଲ୍ଲୀ ପୁଲିସ ଏନେଇ ଦିଲ୍ଲୀରେ ରାଜନେତା‌ ଏବଂ ବିଚାରପତିମାନଙ୍କୁ ସତର୍କ କରାଇଦେଇଛି। ‌

ସମ୍ବନ୍ଧିତ ଖବର