ଭୋଟରଙ୍କ ମନ ଜିତିବାକୁ ଲୁଗା ଧୋଇବା ସହ ଦୋସା ପ୍ରସ୍ତୁତ କଲେ ନେତା

ଚେନ୍ନାଇ: ଆସନ୍ତା ଏପ୍ରିଲ ୬ ତାରିଖରେ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି | ଆଉ ଭୋଟରଙ୍କୁ ନିଜ ପ୍ରତି ଆକର୍ଷିତ କରିବାକୁ ଏବେ ନେତାମାନେ କଳେବଳେ ଉଦ୍ୟମ କରୁଛନ୍ତି | ନେତାମାନେ ଲୋଭନୀୟ ପ୍ରତିଶୃତି ଦେଉଥିବାର କଥା ତ ଆପଣ ପୂର୍ବରୁ ଜାଣିଥିବେ | ଆଜି ଆମେ ଆପଣଙ୍କୁ ଏମିତି ଦୁଇ ଜଣ ନେତାଙ୍କ କଥା କହିବୁ ଯେଉଁମାନେ ଭୋଟରଙ୍କ ମନ ଜିତିବାକୁ ଦୋସା ପ୍ରସ୍ତୁତ କରି ଖାଇବାକୁ ଦେବା ସହ ଭୋଟରଙ୍କ ଲୁଗା ମଧ୍ୟ ସଫା କରିଛନ୍ତି | ତାମିଲନାଡୁରେ ଡ଼ିଏମକେ ଓ ଏଆଇଡିଏମକେ ନିର୍ବାଚନ ଜିତିବାକୁ କଡା ପରିଶ୍ରମ କରୁଛନ୍ତି |

ବିରୁଙ୍ଗବକମ ବିଧାନସଭା ଆସନରୁ ଡ଼ିଏମକେ ଆସନରୁ ନିର୍ବାଚନ ଲଢ଼ୁଛନ୍ତି ପ୍ରଭାକର ରାଜା | ମାର୍ଚ୍ଚ ୨୩ ତାରିଖରେ ଏହି ନେତା ଜଣକ ଦୋସା ପ୍ରସ୍ତୁତ କରି ଭୋଟରଙ୍କୁ ଖାଇବାକୁ ଦେଇଥିଲେ | ତେବେ ଏହି ଦୋସାର ସ୍ୱାଦ ଭୋଟର ମନେ ରଖିବେ ନା ନାହିଁ ତାହା ସମୟ ହିଁ କହିବ | ସେହିପରି ନାଗାପଟିନମ ବିଧାନସଭା ଆସନରୁ ଏଆଇଡିଏମକେର ପ୍ରାର୍ଥୀ ହୋଇଛନ୍ତି ଥାଙ୍ଗ କତିରବାନ | ସେ ନିଜ ଭୋଟରଙ୍କୁ ଆକର୍ଷିତ କରିବାକୁ ସେମାନଙ୍କ ମଇଳା କପଡାକୁ ନିଜେ ସଫା କରୁଛନ୍ତି |

photo-Dainik Bhaskar

ଆଉ ଭୋଟର ବି ନେତାଙ୍କ ଏହି କାରନାମା ଦେଖି ଏକଦମ ଖୁସି | ସମର୍ଥକମାନେ ବି ପ୍ରଚାର କରିଥିଲେ ଯେ ଯେଉଁ ନେତା ଲୋକଙ୍କ ଲୁଗା ମଧ୍ୟ ସଫା କରିପାରୁଛି ବିଜୟୀ ହେଲେ ଲୋକଙ୍କ ପାଇଁ କଣ ନ କରିବେ | ଏବେ ଏସବୁ ପ୍ରଚାର କେତେ ପ୍ରଭାବ ପକାଉଛି ତାହା ଫଳାଫଳ ଆସିବା ପରେ ହିଁ ଜଣାପଡିବ |

ସମ୍ବନ୍ଧିତ ଖବର