ଲଖନଉ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି, ସମାଜବାଦୀ ପାର୍ଟି (ଏସପି), ବହୁଜନ ସମାଜ ପାର୍ଟି (ବିଏସପି) ଏବଂ କଂଗ୍ରେସକୁ ଏକ ବଡ଼ ଝଟକା ଦେଇଛି। ଏହି ତିନି ଦଳର ଚାରିଜଣ ବରିଷ୍ଠ ନେତା ଏବଂ ଜଣେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଆଜି ବିଜେପିରେ ଯୋଗ ଦେଇଛନ୍ତି। ଆଜି ପୂର୍ବତନ ମନ୍ତ୍ରୀ ଜୟନାରାୟଣ ତିୱାରୀ, ପୂର୍ବତନ ମନ୍ତ୍ରୀ ବିଜୟ ମିଶ୍ର, ବିଏସପିର ମନୋଜ ଦିୱାକର, ପୂର୍ବତନ ବିଧାୟକ ରାମ ଶିରୋମଣି ଶୁକ୍ଲା ଏବଂ ଅବସରପ୍ରାପ୍ତ ଆଇଏଏସ୍ ବିଜେପିରେ ଯୋଗ ଦେଇଛନ୍ତି।

Advertisment

ଲଖନଉରେ ବିଜେପିର ରାଜ୍ୟ ସଭାପତି ସ୍ୱତନ୍ତ୍ର ଦେବ ସିଂ ତାଙ୍କୁ ବିଜେପିରେ ସାମିଲ କରାଇଛନ୍ତି | ସୂଚନା ଥାଉ କି ଯେ ବିଜେପିରେ ଯୋଗ ଦେଇଥିବା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ତିୱାରୀ କଂଗ୍ରେସ ଏବଂ ସମାଜବାଦୀ ପାର୍ଟିର ଜଣେ ବିଧାୟକ ଥିଲେ । ଏଥି ସହ ବିଜୟ ମିଶ୍ର ପୂର୍ବ ସରକାର(ଅଖିଳେଶଙ୍କ ସରକାର)ରେ ମନ୍ତ୍ରୀ ରହିଆସିଛନ୍ତି। ୨୦୧୭ ମସିହାରେ ସେ ବିଏସପିରେ ଯୋଗ ଦେଇଥିଲେ। ଏହା ବ୍ୟତୀତ ବିଜେପିରେ କଂଗ୍ରେସ ବିଧାୟକ ରାମ ଶିରୋମଣି ଶୁକ୍ଲା ମଧ୍ୟ ଯୋଗ ଦେଇଛନ୍ତି ।

ଏହି ଅବସରରେ ଉତ୍ତରପ୍ରଦେଶ ବିଜେପି ସଭାପତି ସ୍ୱତନ୍ତ୍ର ଦେବ ସିଂ କହିଛନ୍ତି ଯେ ସମାଜର ପ୍ରତିଷ୍ଠିତ ପରିବାରର ଲୋକମାନେ ବିଜେପିରେ ଯୋଗ ଦେଉଛନ୍ତି। ଏହା ଦେଶ ତଥା ରାଜ୍ୟର ଦୁର୍ଭାଗ୍ୟ ଯେ ନେତା ରାଜନୀତି କରୁ କରୁ ଵଂଶବାଦ ଏବଂ ପରିବାରବାଦ ରାଜନୀତି କରିବାରେ ଲାଗିଛନ୍ତି |