ନୂଆଦିଲ୍ଲୀ: ଆକ୍ସନ ମୋଡରେ ବିରୋଧୀ । ବଢୁଛି କି ବିରୋଧୀଙ୍କ ବଳ ? ରାତାରାତି ଏକାଠି ହେଲେ ଇଣ୍ଡିଆ ମେଣ୍ଟର ସବୁ ଦଳର ସଦସ୍ୟ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନିମନ୍ତ୍ରଣରେ ୨୫ଟି ଦଳର ୫୦ରୁ ଅଧିକ ନେତା ଓ ସାଂସଦ ଏଥିରେ ଯୋଗ ଦେଇଥିଲେ । ଏହି ବୈଠକରେ ୨୦୨୪ ଲୋକସଭା ନିର୍ବାଚନରେ ଭୋଟ କେଳେଙ୍କାରୀ ଅଭିଯୋଗକୁ ନେଇ ବିରୋଧୀ ମେଣ୍ଟ ନେତାଙ୍କ ଆଲୋଚନା କରିଥିଲେ ରାହୁଲ ଗାନ୍ଧୀ । ବୈଠକରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶୁଖୱିନ୍ଦର ସିଂ ଶୁଖୁ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତା ରେଡ୍ଡୀ ପ୍ରମୁଖ ଯୋଗଦେଇଥିଲେ ।
Delhi | Leaders of the INDIA alliance held a meeting at the residence of Lok Sabha LoP and Congress MP Rahul Gandhi.
— ANI (@ANI) August 7, 2025
(Source: AICC) pic.twitter.com/YzwblGkahW
ଅନେକ ସମୟରେ କଂଗ୍ରେସକୁ ସମାଲୋଚନା କରୁଥିବା ଓ ମେଣ୍ଟଠୁ ଦୂରେଇ ରହୁଥିବା ମମତା ବାନାର୍ଜୀଙ୍କ ଦଳ ଟିଏମସିର ନେତା ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ । ଏସପି, ଆରଜେଡି, ଶିବସେନା, ଡିଏମକେ, ଏନସିପି ଏବଂ ସିପିଆଇର ନେତାମାନେ ମଧ୍ୟ ଏଥିରେ ଉପସ୍ଥିତ ଥିଲେ । ଏହି ବୈଠକରେ ମୋଦୀ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତି ହୋଇଛି । ସେପଟେ ଏହି ବୈଠକରେ ରାହୁଲ ଭୋଟ୍ ଚୋରି ପ୍ରସଙ୍ଗ ଉଠାଇ ନିର୍ବାଚନ କମିଶନଙ୍କୁ ଟାର୍ଗେଟ୍ କରିଥିଲେ ।
Delhi | Leaders of the INDIA alliance held a meeting at the residence of Lok Sabha LoP and Congress MP Rahul Gandhi.
— ANI (@ANI) August 7, 2025
(Source: AICC) pic.twitter.com/udrHAC3yeK
ଭୋଟ ଚୋରିକୁ ନେଇ ବିରୋଧୀ ନେତାଙ୍କ ସହ ଆଲୋଚନା କରିବା ସହ ନିର୍ବାଚନ କମିସନଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇବାକୁ ରାହୁଲଙ୍କ ଆହ୍ୱାନ ଦେଇଥିଲେ । ୧୧ ଅଗଷ୍ଟରେ କମିସନଙ୍କ ଅଫିସ ଯାଏଁ ରାଲି କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଇତିମଧ୍ଯରେ ବେଙ୍ଗାଲୁରୁ ଗସ୍ତରେ ବାହାରି ସାରିଛନ୍ତି ରାହୁଲ । ସେଠାରେ ସେ ଭୋଟ ଅଧିକାର ରାଲିରେ ସାମିଲ ହେବେ ।
#WATCH | Delhi: Congress MP and Lok Sabha LoP Rahul Gandhi reaches the airport as he heads to Bengaluru to address the 'Vote Adhikaar Rally'. pic.twitter.com/C8y9t9OK5o
— ANI (@ANI) August 8, 2025