ନୂଆଦିଲ୍ଲୀ: ମୃତ୍ୟୁ ବାର୍ଷିକୀରେ ସମଗ୍ର ଦେଶ ଦିବଂଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ସ୍ମରଣ କରିଛି। ଭାରତର ପ୍ରଥମ ଏବଂ ଏକମାତ୍ର ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରାଙ୍କୁ ୧୯୮୪ ମସିହା ଅକ୍ଟୋବର ୩୧ ତାରିଖ ଦିନ ତାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନ ଠାରେ ହତ୍ୟା କରାଯାଇଥିଲା।
ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍ କରିଛନ୍ତି: ମୃତ୍ୟୁ ବାର୍ଷିକୀରେ ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି।
ଶ୍ରଦ୍ଧାଜ୍ଞଳି ଜ୍ଞାପନ କରିବାକୁ କେତେକ କଂଗ୍ରେସ ନେତା ମଧ୍ୟ ସାମାଜିକ ଗଣମାଧ୍ୟମ ବ୍ୟବହାର କରିଛନ୍ତି।
କଂଗ୍ରେସ ମୁଖ୍ୟ ରାହୁଳ ଗାନ୍ଧୀ ଟୁଇଟ୍ କରିଛନ୍ତି: ଗଭୀର ସନ୍ତୋଷର ସହ ଆଜି ଜେଜିମା’ଙ୍କୁ ସ୍ମରଣ କରୁଛି। ସେ ମତେ ବହୁତ କିଛି ଶିଖାଇବା ସହ ଅଶେଷ ସ୍ନେହ ଦେଇଛନ୍ତି। ତାଙ୍କ ଜନସାଧାରଣଙ୍କ ପାଇଁ ସେ ନିଜକୁ ଉତ୍ସର୍ଗ କରିଛନ୍ତି। ମୁଁ ତାଙ୍କ ଲାଗି ଗୌରବାନ୍ଵିତ।
ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସହ ରାହୁଳ ଗାନ୍ଧୀ ଶକ୍ତିସ୍ଥଳ ଠାରେ ଥିବା ଇନ୍ଦିରାଙ୍କ ସମାଧିରେ ପୁଷ୍ପାଞ୍ଜଳି ଅର୍ପଣ କରିଛନ୍ତି।
କଂଗ୍ରେସ ଟୁଇଟ୍ କରିଛି: ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଏବଂ ଆମ ଦେଶର ଅନ୍ୟତମ ଟାଣୁଆ ନେତା ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କୁ ଆଜି ଆମେ ସମ୍ମାନ ଜଣାଉଛୁ। ତାଙ୍କ ପ୍ରଧାନମନ୍ତ୍ରୀତ୍ୱ ଅମଳରେ ଆମ ଜାତି ମହାନ୍ ବିଜୟ, ଅବିଶ୍ୱସନୀୟ ଉନ୍ନତି ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା ସମାଜର ସବୁ ବର୍ଗର ଉତ୍ଥାନ ଦେଖିଛି।
କଂଗ୍ରେସ ମୁଖପାତ୍ର ମନୀଷ ତିଓ୍ଵାରି ଲେଖିଛନ୍ତି: ୧୯୩୪ ମସିହା ଅକ୍ଟୋବର ୩୧ ତାରିଖ, ଭାରତର ଜାତୀୟ ଏକତା ଏବଂ ଅଖଣ୍ଡତାର ପୀଠରେ ୩୪ ବର୍ଷ ତଳେ ଇନ୍ଦିରା ଗାନ୍ଧୀ ନିଜକୁ ସହିଦ କରିଥିଲେ। ଲୌହ ମହିଳା ଯିଏ ୧୯୭୧ ମସିହାରେ ଦକ୍ଷିଣ ଏସିଆର ମାନଚିତ୍ର ବଦଳାଇ ଦେଇଥିଲେ, ଥିଲେ ମର୍ଯ୍ୟାଦା, ସାହସ ଏବଂ ଇଚ୍ଛାଶକ୍ତିର ବ୍ୟକ୍ତିତ୍ୱ। ତାଙ୍କର ସହିଦ ଦିବସରେ ମୋର ସଲାମ୍।
କଂଗ୍ରେସ ନେତା ସଚିନ ପାଇଲଟ୍ ଟୁଇଟ୍ କରିଛନ୍ତି: ସବୁ ମଣିଷଙ୍କ ଉନ୍ନତିର ମୂଳଦୁଆ ହେଲା ପ୍ରଶ୍ନ ଉତ୍ଥାନ କରିବାର ଶକ୍ତି। ଭାରତର ପ୍ରଥମ ଏବଂ ଆଜି ଯାଏଁ ଏକମାତ୍ର ମହିଳା ପ୍ରଧାନମନ୍ତ୍ରୀ, ମହାପ୍ରାୟାଣ ଦିବସରେ ଲୌହମାନବୀ ଇନ୍ଦିରା ଗାନ୍ଧୀ ଜୀଙ୍କ କଥା ସ୍ମରଣ କରୁଛି। ତାଙ୍କର ନିସର୍ଗ ଆତ୍ମା ପ୍ରତି ମୋର ଶ୍ରଦ୍ଧାଞ୍ଜଳି।
୧୯୮୪ ମସିହା ଅକ୍ଟୋବର ୩୧ ତାରିଖ ଦିନ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କ ଅଙ୍ଗରକ୍ଷୀମାନଙ୍କ ମଧ୍ୟରୁ ଦୁଇ ଜଣ ଗୁଳି ମାରି ହତ୍ୟା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/indira-gandhi.jpg)