ଆସୁଛନ୍ତି ରାହୁଲ ଗାନ୍ଧୀ: ଚାଲିବା ଅଭ୍ୟାସ ଆରମ୍ଭ କଲେ ନେତା

ମୁମ୍ବାଇ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ‘ଭାରତ ଯୋଡ ଯାତ୍ରା’ ତେଲେଙ୍ଗାନାରୁ ସରି ମହାରାଷ୍ଟ୍ରରେ ପହଞ୍ଚିବାକୁ ଯାଉଛି। ଏହା ପୂର୍ବରୁ ମହାରାଷ୍ଟ୍ରର ବରିଷ୍ଠ କଂଗ୍ରେସ ନେତାମାନେ ଦ୍ରୁତ ଗତିରେ ଚାଲିବା ଅଭ୍ୟାସ ଆରମ୍ଭ କରିଛନ୍ତି, ଯାହାଫଳରେ ସେମାନେ ଯାତ୍ରା ସମୟରେ ରାହୁଲଙ୍କ ସହ ପାଦ ମିଳାଇ ଚାଲିପାରିବେ | ସୂଚନା ଥାଉ କି ଯେ ନଭେମ୍ବର ୭ ତାରିଖ ସନ୍ଧ୍ୟା ପ୍ରାୟ ୭ଟାରେ ପଡୋଶୀ ତେଲେଙ୍ଗାନା ରାଜ୍ୟରୁ ଭାରତ ଯୋଡ଼ ଯାତ୍ରା ଆସି ମହାରାଷ୍ଟ୍ରର ନାନ୍ଦେଡ ଜିଲ୍ଲାର ଡିଗ୍ଲୁରରେ ପହଂଚିବାର କାର୍ଯ୍ୟକ୍ରମ ରହିଛି। ତେବେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ଅଶୋକ ଚୌହାନ କହିଛନ୍ତି ଯେ ଏବେ ସେ ଅନ୍ୟ ନେତାମାନଙ୍କ ସହ ମିଶି ଚାଲିବା ଅଭ୍ୟାସ କରୁଛନ୍ତି | ଯାହାଦ୍ୱାରା ସେ ରାହୁଲ ଗାନ୍ଧୀଙ୍କ ସହିତ ପାଦ ମିଳାଇ ଚାଲିପାରିବେ |


ଅଶୋକ ଚୌହାନ କହିଛନ୍ତି, ଯେ “ନାନ୍ଦେଡ ଲୋକମାନେ ଭାରତ ଯୋଡ଼ ଯାତ୍ରାରେ ଭାଗ ନେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଯେତେବେଳେ ଆମେ ସମୟ ପାଇଥାଉ ଆମେ ବ୍ୟାୟାମ କରୁ | ଚାଲିବା ସ୍ୱାସ୍ଥ୍ୟ ପାଇଁ ଭଲ । ଏଥି ସହିତ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ରାଣା ପାଟୋଲ କହିଛନ୍ତି ଯେ ସେ ୱାର୍ମ ଅପ୍ ଏବଂ ବ୍ୟାୟାମ ମଧ୍ୟ କରୁଛନ୍ତି। ଏହା ସହିତ, ଯାତ୍ରା ସମୟରେ ଫିଟ୍ ରହିବା ପାଇଁ ପୁସ୍-ଅପ୍ ମଧ୍ୟ କରୁଛନ୍ତି | ପାଟୋଲ କହିଛନ୍ତି ଯେ ରାଜ୍ୟର ମୁଖ୍ୟ ହୋଇଥିବାରୁ ରାହୁଲ ଗାନ୍ଧୀଙ୍କ ସହ ରାଜ୍ୟରେ ୩୮୨ କିଲୋମିଟର ଯାତ୍ରା କରିବା ମୋର କର୍ତ୍ତବ୍ୟ ରହିଛି ଓ ଏଥିପାଇଁ ମୁଁ ତାଙ୍କ ସହ ଚାଲିବି । ଏଥି ସହ କଂଗ୍ରେସ ବିଧାୟକ ଡିପି ସାୱନ୍ତ କହିଛନ୍ତି ଯେ ମୁଁ ଯେତିକି ପାରିବି ସେତିକି ସମୟ ରାହୁଲଙ୍କ ସହ ଚାଲିବି।

ସମ୍ବନ୍ଧିତ ଖବର