ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଶାହା, ରାହୁଲ, ସୋନିଆ, ମନମୋହନ

ନୂଆଦିଲ୍ଲୀ: ଭାରତୀୟ ଜନତା ଦଳର ବରିଷ୍ଠ ନେତ୍ରୀ ଓ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ମଙ୍ଗବାର ବିଳମ୍ବିତ ରାତିରେ ପରଲୋକ ଘଟିଛି । ଆଜି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ତାଙ୍କ ବାସଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଂଚିଥିଲେ | ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି  | ଏହି ଅବସରରେ ଶାହା କହିଛନ୍ତି ଯେ ଅସମୟରେ ସୁଷମାଙ୍କ ନିଧନକୁ ନେଇ ସମସ୍ତେ ଦୁଃଖୀ ଅଛନ୍ତି | ବିଜେପିର ସବୁ କର୍ମୀ ଆଜି ତାଙ୍କୁ ମନେପକାଉଥିବାବେଳେ ସୁଷମା ଦେଶର ଖ୍ୟାତି ବଢାଇବାରେ କାର୍ଯ୍ୟ କରିଥିଲେ |

ସେହିପରି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ପୂର୍ବତନ ପ୍ରଧନମନ୍ତ୍ରୀ ମନମୋହନ ସିଂ ମଧ୍ୟ ସୁଷମାଙ୍କ ଶେଷଦର୍ଶନ କରିବାକୁ ତାଙ୍କ ବାସଭବନରେ ପହଂଚିଥିଲେ |

ମଙ୍ଗଳବାର ରାତିପ୍ରାୟ ୧୦ଟା ସମୟରେ ସୁଷମା ସ୍ବରାଜଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ନୂଆଦିଲ୍ଲୀସ୍ଥିତ (ଏମ୍‌ସ)ରେ ଭର୍ତ୍ତି କରାଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ତାଙ୍କର ସମସ୍ତ ପରିବାର ବର୍ଗ ଉପସ୍ଥିତ ଥିଲେ । ଦେଶର ପ୍ରଥମ ମହିଳା ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କୁ ପରଲୋକ ବେଳକୁ ୬୭ ବର୍ଷ ହୋଇଥିଲା ।

ସମ୍ବନ୍ଧିତ ଖବର