ନୂଆଦିଲ୍ଲୀ: କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେବାପାଇଁ ଅଡ଼ି ବସିଛନ୍ତି ରାହୁଲ ଗାନ୍ଧୀ। ଯେତେ ବୁଝାଇବା ସତ୍ତ୍ବେ ରାହୁଲ ନିଜ ନିଷ୍ପତ୍ତିରୁ ଓହରିନାହାନ୍ତି। ବରିଷ୍ଠ ନେତାମାନଙ୍କ ସହ ମଧ୍ୟ ରାହୁଲ ସାକ୍ଷାତ କରୁନାହାନ୍ତି। ଗତକାଲି ରାହୁଲଙ୍କ ଭଉଣୀ ପ୍ରିୟଙ୍କା ଏବଂ ଅନ୍ୟ ବରିଷ୍ଠ ନେତାମାନେ ତାଙ୍କ ସହ ଆଲୋଚନା କରିବାପରେ ରାହୁଲ ନିଜ ନିଷ୍ପତ୍ତି ବଦଳାଇବାକୁ ଆଗ୍ରହ ପ୍ରକାଶ କରିଥିଲେ, କିନ୍ତୁ ଏଥିପାଇଁ ସେ କିଛି ସର୍ତ୍ତ ରଖିଥିବା ଜଣାପଡ଼ିଛି। ଏଭଳି ଏକ ସ୍ଥିତିରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷିତ ଆଜି ରାହୁଲଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଛନ୍ତି। ସଭାପତି ପଦରୁ ଇସ୍ତଫା ନ ଦେବାପାଇଁ ଶୀଲା ରାହୁଲଙ୍କୁ ବୁଝାଇଛନ୍ତି। ରାହୁଲ ଯଦି ସଭାପତି ପଦରୁ ଇସ୍ତଫା ଦିଅନ୍ତି ତେବେ ଏହା ଖୁବ୍ ଯନ୍ତ୍ରଣାଦାୟକ ହେବ ବୋଲି ଶୀଲା କହିଛନ୍ତି। ଅନ୍ୟପକ୍ଷେ ଶୀଲା ମଧ୍ୟ ରାହୁଲଙ୍କୁ ବୁଝାଇବାପାଇଁ କିଛି କଂଗ୍ରେସ କର୍ମୀଙ୍କୁ ଏକଜୁଟ୍ କରୁଥିବା ଜଣାପଡ଼ିଛି। କଂଗ୍ରେସ କର୍ମୀମାନେ ମଧ୍ୟ ରାହୁଲଙ୍କୁ କଂଗ୍ରେସ ସଭାପତି ପଦରୁ ଇସ୍ତଫା ନଦେବାପାଇଁ ଅନୁରୋଧ କରିଛନ୍ତି। ତେବେ ଦରକାର ପଡ଼ିଲେ ରାହୁଲଙ୍କ ବାସଭବନ ଆଗରେ କଂଗ୍ରେସ କର୍ମୀମାନେ ବିକ୍ଷୋଭରେ ବସିବେ ବୋଲି ଦିଲ୍ଲୀ କଂଗ୍ରେସ ମୁଖ୍ୟ କହିଛନ୍ତି।
ରାହୁଲଙ୍କୁ ଇସ୍ତଫା ନଦେବାପାଇଁ ଅନୁରୋଧ କରି କର୍ଣ୍ଣାଟକ କଂଗ୍ରେସ କର୍ମୀମାନେ ପାର୍ଟି ଅଫିସ୍ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ବାମୀ, ଡିଏମ୍କେ ମୁଖ୍ୟ ଏମ୍କେ ଷ୍ଟାଲିନ ରାହୁଲଙ୍କୁ ଇସ୍ତଫା ନଦେବାକୁ ଅନୁରୋଧ କରିଛନ୍ତି।
କଂଗ୍ରେସରେ ନେତୃତ୍ବ ସଙ୍କଟ ଜାରି
ରାହୁଲଙ୍କୁ ଭେଟିଲେ ଶୀଲା ଦିକ୍ଷିତ ଇସ୍ତଫା ନଦେବା ପାଇଁ ବୁଝାଇଲେ ପାର୍ଟି ଅଫିସ୍ ଆଗରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ
/sambad/media/post_attachments/wp-content/uploads/2019/05/dc-Cover-gsion56jvtdlprvajans935sv6-20190529131908.Medi_.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)