ପ୍ରମୁଖ ଆଫଗାନ ନେତା ତାଲିବାନ ସହ କଥା ହେବା ପାଇଁ ସାମ୍ମୁଖ୍ୟ ଗଢ଼ିବେ

କାବୁଲ : ଦୁଇଜଣ ଆଞ୍ଚଳିକ ନେତାଙ୍କ ସମେତ ଦଳେ ପ୍ରମୁଖ ପାରମ୍ପରିକ ଆଫଗାନ ନେତା ନୂତନ ସରକାର ଗଠନ ବାବଦରେ ତାଲିବାନ ସହ କଥା ହେବା ଲାଗି ଏକ ସାମ୍ମୁଖ୍ୟ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉତ୍ତର ଆଫଗାନିସ୍ତାନ ଅନ୍ତର୍ଗତ ବଲ୍‌ଖ ପ୍ରଦେଶର ଏକଦା କ୍ଷମତାଶାଳୀ ଗଭର୍ଣ୍ଣର ଥିବା ଅଟ୍ଟା ମହମ୍ମଦ ନୂରଙ୍କ ପୁଅ ଖାଲିଦ ନୂର କହିଛନ୍ତି ଯେ, ସେମାନଙ୍କ ମଧ୍ୟରେ ପ୍ରମୁଖ ଉଜ୍‌ବେକ୍ ନେତା ଅବଦୁଲ ରସିଦ ଦୋସ୍ତୁମ ଏବଂ ତାଲିବାନଙ୍କୁ ବିରୋଧ କରୁଥିବା ଅନ୍ୟମାନେ ଅଛନ୍ତି। ‘ଆମେ ସମସ୍ତେ ମିଶି ଏକାଠି ତାଲିବାନ ସହ କଥାହେବାକୁ ଚାହୁଛୁ। ତେବେ ଏହାଦ୍ବାରା ଦେଶର ସମସ୍ୟା ଦୂର ହୋଇଯିବ ବୋଲି ଆମେ ଭାବୁନାହୁଁ। ବର୍ତ୍ତମାନ ସମୟ ଆସିଛି ଦେଶର ରାଜନୀତି ସହ ଜଡ଼ିତ ସମସ୍ତ ବ୍ୟକ୍ତି, ବିଶେଷତଃ କ୍ଷମତାଶାଳୀ ଓ ଜନସମର୍ଥନ ଥିବା ପାରମ୍ପରିକ ନେତାମାନେ ଏଥିରେ ସମ୍ପୃକ୍ତ ହେବା ଉଚିତ ବୋଲି ନୂର କହିଛନ୍ତି। ତେବେ ଏହି ପଛଦ୍ବାର ଆଲୋଚନାରୁ ସୂଚନା ମିଳୁଛି ଯେ, ଦେଶର ପାରମ୍ପରିକ ନେତାମାନେ ସକ୍ରିୟ ରାଜନୀତିକୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି।

ସମ୍ବନ୍ଧିତ ଖବର