ବଢ଼ିଲା ଅଡ଼ୁଆ: ସେକ୍ସ ସିଡିରେ ସିଦ୍ଧରମୈୟାଙ୍କୁ ଭଲ ମଣିଷ, ୟେଦୁରପ୍ପାଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି କହିଛନ୍ତି ଜାର୍କିହୋଲି

ଦୁର୍ନୀତିଗ୍ରସ୍ତ ଆରୋପକୁ ନେଇ ୟେଦୁରପ୍ପାଙ୍କୁ ଜବାବ ମାଗିଲା କଂଗ୍ରେସ

ବେଙ୍ଗାଲୁରୁ: ଗତକାଲି ସେକ୍ସ ସିଡି ସାମ୍ନାକୁ ଆସିବା ପରେ ବିବାଦରେ ଛନ୍ଦି ହୋଇଥିବା କର୍ଣ୍ଣାଟକ ସରକାରର ମନ୍ତ୍ରୀ ରମେଶ ଜାର୍କିହୋଲି ନିଜ ପଦରୁ ଆଜି ଇସ୍ତଫା ଦେଇଛନ୍ତି। ବିବାଦ ମଧ୍ୟରେ ରମେଶ ଜାର୍କିହୋଲି ନିଜ ଇସ୍ତଫା ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦୁରପ୍ପାକୁ ପଠାଇଛନ୍ତି। ଇସ୍ତଫା ଦେଇଥିବା ନେଇ ଖବର ଆସିବା ପରେ ଏବେ ଏହି ଘଟଣାକୁ ନେଇ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସାମ୍ନାକୁ ଆସିଥିବା ସେକ୍ସ ସିଡିରେ ବିଜେପିର ମନ୍ତ୍ରୀ ରମେଶ ଜାର୍କିହୋଲି ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦୁରପ୍ପାଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି କହୁଥିବା ସହ କଂଗ୍ରେସ ନେତା ସିଦ୍ଧରମୈୟା ଜଣେ ଭଲ ମଣିଷ ବୋଲି କହୁଥିବା ଦେଖାଯାଇଛି। ନିଜ ଦଳର ମୁଖ୍ୟମନ୍ତ୍ରୀଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି କହି ବିରୋଧୀଙ୍କୁ ପ୍ରଶଂସା କରିବାଟା, ଏବେ ତାଙ୍କ ପାଇଁ ନୂଆ ସମସ୍ୟା ସୃଷ୍ଟି କରିଛି।

ସାମ୍ନାକୁ ଆସିଥିବା ସେକ୍ସ ସିଡିରେ ଦୁହେଁ କିଛି ଏଭଳି କଥା ହୋଇଥିବା ଦେଖାଯାଇଛି:

ମହିଳା: ବେଲଗାମରେ, ମରାଠୀ ଏବଂ କନ୍ନଡିଗାସ୍ ବହୁତ ଯୁଦ୍ଧ କରନ୍ତି?

ଜାର୍କିହୋଲି: ମରାଠୀମାନେ ଭଲ ଲୋକ। କନ୍ନଡିଗାସଙ୍କର କୌଣସି କାମ ନାହିଁ।

ଜାର୍କିହୋଲି: ସିଦ୍ଧରମୈୟା ଭଲ। ୟେଦୁରପ୍ପା ଅତ୍ୟଧିକ ଦୁର୍ନୀତି କରିଛନ୍ତି।

ମହିଳା: ଆପଣ ସବୁବେଳେ ଦିଲ୍ଲୀ ଯାଉଛନ୍ତି। ଆପଣ ମୁଖ୍ୟମନ୍ତ୍ରୀ ହେବେ?

ଜାର୍କିହୋଲି: ପ୍ରହ୍ଲାଦ ଯୋଶୀ ମୁଖ୍ୟମନ୍ତ୍ରୀ ହେବେ।

indiatoday

ଜାର୍କିହୋଲିଙ୍କ ଏହି ବାର୍ତ୍ତାଳାପ ସାମ୍ନାକୁ ଆସିବା ପରେ ଏବେ ରାଜ୍ୟ କଂଗ୍ରେସ ସଭାପତି ଡି.କେ ଶିବକୁମାର ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, “ଏହା କେବଳ ସେକ୍ସ ସ୍କାଣ୍ଡେଲ ନୁହେଁ। ଭିଡିଓରେ ମନ୍ତ୍ରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଦୁର୍ନୀତିଗ୍ରସ୍ତ। ମୁଖ୍ୟମନ୍ତ୍ରୀଙ୍କୁ ଏହାର ଉତ୍ତର ଦେବାକୁ ପଡ଼ିବ। ମୁଁ ଅନୁମାନ କରୁଛି ବିଜେପି ବୁଦ୍ଧିମାନ ଏବଂ ସେମାନେ ସଠିକ୍ ନିଷ୍ପତ୍ତି ନେବେ।

ସମ୍ବନ୍ଧିତ ଖବର