ମମତାଙ୍କୁ ମୁସ୍‌ଲିମ୍‌ ବୁଦ୍ଧିଜୀବୀଙ୍କ ପତ୍ର, ଅପରାଧୀଙ୍କ ଧର୍ମ ଦେଖନ୍ତୁ ନାହିଁ

କୋଲକାତ: କୋଲକାତା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁସ୍‌ଲିମ୍‌ ତୁଷ୍ଟୀକରଣ ନୀତି ଧରିଥିବା ନେଇ ବିଭିନ୍ନ ମହଲରୁ କଡ଼ା‌ ସମାଲୋଚନା ହେଉଥିବା ବେଳେ ଆଜି ମୁସ୍‌ଲିମ୍‌ ବୁଦ୍ଧିଜୀବୀ ଏବଂ ବରିଷ୍ଠ ନାଗରିକମାନେ ମମତାଙ୍କୁ ଏକ ପତ୍ର ଲେଖି ଅପରାଧ ମାମଲାରେ ଅପରାଧୀଙ୍କ ଧର୍ମ ନଦେଖି ଶାସନ ବ୍ୟବସ୍ଥା ଆଧାରରେ ପଦକ୍ଷେପ ନିଆଯିବାକୁ କହିଛନ୍ତି। ଏନ୍‌ଆର୍‌ଏସ୍‌ ହସ୍ପିଟାଲରେ ଡାକ୍ତରଙ୍କ ଉପରେ ଆକ୍ରମଣ ମାମଲାରେ କେତେକ ମୁସ୍‌ଲିମ ଯୁବକଙ୍କୁ ଗିରଫ କରାଯାଇଛି। ଏହା ବ୍ୟତୀତ ପୂର୍ବ ମିସ୍‌ ଇଣ୍ଡିଆ ୟୁନିଭର୍ସ ଉଷୋଶୀ ସେନ୍‌ଗୁପ୍ତାଙ୍କ ସହିତ ହୋଇଥିବା ଦୁର୍ବବ୍ୟହାର ମାମଲାରେ ମଧ୍ୟ ୭ ଜଣ ମୁସ୍‌ଲିମ ଯୁବକ ଗିରଫ ହୋଇଛନ୍ତି। ଅପରାଧରେ ଲିପ୍ତ ମୁସ୍‌ଲିମଙ୍କ ପ୍ରତି କୌଣସି କୋହଳ ମନୋଭାବ ନ ଦେଖାଇ ଆଇନ ଅନୁଯାୟୀ ଯଥୋଚିତ ପଦକ୍ଷେପ ନିଆଯିବାକୁ ମୁସ୍‌ଲିମ୍‌ ବୁଦ୍ଧିଜୀବୀମାନେ ଗୁରୁତ୍ବାରୋପ କରିଛନ୍ତି।

ସମ୍ବନ୍ଧିତ ଖବର