ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଂ ସାଇଟ ଟ୍ଵିଟରକୁ ନିକଟ ଅତୀତରେ କିଣିନେବା ପରେ ଏଲନ୍ ମସ୍କ ବିଭିନ୍ନ ସମୟରେ ବିଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି। କେତେବେଳେ ଟ୍ଵିଟରର ପୁରାତନ କର୍ମଚାରୀମାନଙ୍କୁ ଛଟେଇ କରି ତ ଆଉ କେତେବେଳେ ଟ୍ଵିଟରରେ ନୂଆ ନୂଆ ଫିଚର୍ସ ଆଡ ପାଇଁ ଘୋଷଣା ସହ ନିଜର ଫଟୋ ଟ୍ଵିଟ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ମସ୍କ।
କିନ୍ତୁ, ଏବେ ସଦ୍ୟତମ ଘଟଣାକ୍ରମରେ ଟ୍ଵିଟର ୨.୦ର ନିର୍ମାଣ ଓ ଏହାର ସଫଳତା ସଂପର୍କରେ ନିଜ କର୍ମଚାରୀମାନଙ୍କୁ ୬ ସୂତ୍ରୀ ପାଠ ପଢ଼ାଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଏଲନ ମସ୍କ। ମସ୍କ ତାଙ୍କର କର୍ମଚାରୀମାନଙ୍କୁ ଛଅଟି ଉପାୟ ବା ପରାମର୍ଶ ଦେଇଛନ୍ତି ଯାହା ଦ୍ୱାରା ତାଙ୍କ କମ୍ପାନିର କର୍ମଚାରୀମାନେ ସେମାନଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି କରିପାରିବା ସହ ଉତ୍ପାଦକତାକୁ ମଧ୍ୟ ଉନ୍ନତ କରିପାରିବେ।
ଟ୍ଵିଟରର ନୂତନ ମୁଖ୍ୟ ଏଲନ୍ ମସ୍କ ଜଣେ ଟାସ୍କମାଷ୍ଟର ସାଜି କର୍ମଚାରୀମାନଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ସେମାନେ ଅବାଞ୍ଛିତ ଓ ଅଯଥା ବୈଠକ (ମିଟିଂ) ରୁ ଦୂରେଇ ରହନ୍ତୁ କିମ୍ବା ଏହାକୁ ବର୍ଜନ କରନ୍ତୁ। ଯଦି ସେମାନଙ୍କର ଏଥିରେ ଯୋଗଦାନ କରିବାକୁ କିଛି ନାହିଁ କିମ୍ବା ବୈଠକଟି ଫଳପ୍ରସୂ ହେବାର ନାହିଁ ତେବେ ସେମାନେ ସେ ବୈଠକରେ ଯୋଗ ନ ଦିଅନ୍ତୁ। କିଛି ବୈଠକ ଅର୍ଥହୀନ ଏବଂ ଉତ୍ପାଦନଶୀଳ ହେବା ପରିବର୍ତ୍ତେ, ଏହା ଆମର ଅନେକ ସମୟ କେବଳ ଖାଇବାରେ ହିଁ ନଷ୍ଟ କରିଥାଏ।
ଟ୍ଵିିଟରର ୨.୦ ନିର୍ମାଣ ବିଷୟରେ ନିଜ କର୍ମଚାରୀମାନଙ୍କୁ ଏକ ଇମେଲରେ, ମସ୍କ ଉତ୍ପାଦକତାର ଛଅଟି ନିୟମ ତାଲିକାଭୁକ୍ତ କରିଛନ୍ତି। ମସ୍କଙ୍କ ଇମେଲ୍ କର୍ମଚାରୀମାନଙ୍କୁ ଏକ କଠିନ କାର୍ଯ୍ୟ ସଂସ୍କୃତି ଗ୍ରହଣ କରିବାକୁ ପରାମର୍ଶ ଦେଇଛି।
ମସ୍କ ୬ଟି ଉପାୟର ପରାମର୍ଶ ଦେଇଛନ୍ତି ଯାହା ଦ୍ୱାରା ତାଙ୍କ କମ୍ପାନିର କର୍ମଚାରୀମାନେ ସେମାନଙ୍କର ଉତ୍ପାଦକତାକୁ ଉନ୍ନତ କରିପାରିବେ ଏବଂ ଅବାଞ୍ଛିତ ବୈଠକରୁ ନିଜକୁ ଦୂରେଇ ରଖିପାରିବେ। ମସ୍କ ଦେଇଥିବା ପରାମର୍ଶଗୁଡ଼ିକ ମଧ୍ୟରେ ରହିଛି:- ବାରମ୍ବାର ମିଟିଂରୁ ନିଜକୁ ଦୂରେଇ ରୁହନ୍ତୁ, ଯଦି ଆପଣ ବୈଠକରେ ଯୋଗଦାନ କରୁନାହାନ୍ତି ତେବେ ଏକ ମିଟିଂରୁ ବାହାରକୁ ପଳାନ୍ତୁ ଏବଂ ନିଜର କାର୍ଯ୍ୟ କରନ୍ତୁ, ଯୋଗାଯୋଗ ଚ୍ୟାନେଲ୍ ଅନୁସରଣ କରନ୍ତୁ ନାହିଁ ଇତ୍ୟାଦି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/8acc.jpg)