ଥିିରୁଅନନ୍ତପୁରମ୍‌: ସିପିଆଇ(ଏମ୍‌) ନେତୃତ୍ୱାଧୀନ ବାମ ଗଣତାନ୍ତ୍ରିକ ମୋର୍ଚ୍ଚା (ଏଲ୍‌ଡିଏଫ୍‌) ରବିବାର ନିର୍ବାଚନ କମିଶନଙ୍କ ନିକଟରେ ବିଜେପିର ଥିିରୁବନନ୍ତପୁରମ ଲୋକସଭା ପ୍ରାର୍ଥୀ ରାଜୀବ ଚନ୍ଦ୍ରଶେଖରଙ୍କ ବିରୋଧରେ ଅଭିଯୋଗ କରିଛି। ଏହା ପୂର୍ବରୁ କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟ (ୟୁଡିଏଫ୍‌) କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଥିଲା।

Advertisment

ଏଲଡିଏଫର ଥିରୁବନନ୍ତପୁରମ ନିର୍ବାଚନ କମିଟି ରାଜୀବ ଚନ୍ଦ୍ରଶେଖରଙ୍କ ବିରୋଧରେ ଅଭିଯୋଗ କରିଛି ଯେ ସେ ସତ୍ୟପାଠରେ ତାଙ୍କର ସମସ୍ତ ସମ୍ପତ୍ତିର ତଥ୍ୟ ସଠିକ୍‌ ଭାବରେ ଘୋଷଣା କରିନାହାଁନ୍ତି।

ଏଲଡିଏଫ ଅଭିଯୋଗ କରିଛି ଯେ ରାଜୀବ ଚନ୍ଦ୍ରଶେଖର ୨୦୨୧-୨୨ ଆର୍ଥିକ ବର୍ଷରେ ତାଙ୍କର ମୋଟ ଆୟ ୬୮୦ ଟଙ୍କା ଦର୍ଶାଇ ନିର୍ବାଚନ ଲଢ଼ିବା ପାଇଁ ଯୋଗ୍ୟ ନୁହଁନ୍ତି।

ଏଲଡିଏଫ ଆହୁରି ମଧ୍ୟ ଅଭିଯୋଗ କରିଛି ଯେ ଚନ୍ଦ୍ରଶେଖର ତାଙ୍କ ପ୍ରମୁଖ ହୋଲ୍‌ଡିଂ କମ୍ପାନି ଜୁପିଟର କ୍ୟାପିଟାଲକୁ ସତ୍ୟପାଠରେ ପ୍ରକାଶ କରିନାହାଁନ୍ତି ଏବଂ କେବଳ ସବ୍‌ସିଡିଅର କମ୍ପାନିଗୁଡିକୁ ତାଙ୍କ ପ୍ରକୃତ ସମ୍ପତ୍ତି ଲୁଚାଇବା ଉଦ୍ଦେଶ୍ୟରେ ଘୋଷଣା କରଛନ୍ତି।

ବିଜେପିର ଥିିରୁଅନନ୍ତପୁରମରେ ରାଜୀବ ଚନ୍ଦ୍ରଶେଖରଙ୍କ ପ୍ରମୁଖ ନେତା। ହେଲେ ତାଙ୍କ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ହେଉଛନ୍ତି ବର୍ତ୍ତମାନର ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଥରୁର ଥିରୁବନନ୍ତପୁରମରେ ଏକ ଶକ୍ତିଶାଳୀ ଶକ୍ତି ହୋଇ ରହିଛନ୍ତି ଏବଂ ୨୦୦୯ ପରଠାରୁ ସେ ତିନି ଥର ଲୋକସଭା ଆସନ ଜିତିଛନ୍ତି।

କେରଳରେ ଏପ୍ରିଲ ୨୬ରେ ସାତଟି ପର୍ଯ୍ୟାୟ ମଧ୍ୟରୁ ଦ୍ୱିତୀୟ ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ହେବ। ଜୁନ୍‌ ୪ ତାରିଖରେ ଭୋଟ୍‌ ଗଣତି ହେବ।