ଅସ୍ତିତ୍ବ ପାଇଁ ସଂଘର୍ଷ କରୁଛି ବାମ ସାମ୍ମୁଖ୍ୟ

ନୂଆଦିଲ୍ଲୀ: ୧୯୭୬ରୁ ୩୪ ବର୍ଷ ଧରି ପଶ୍ଚିମ ବଙ୍ଗରେ ଶାସନ କ୍ଷମତା ଉପଭୋଗ କରିଥିବା ବାମ ସାମ୍ମୁଖ୍ୟ ଏବେ ନିଜର ଅସ୍ତିତ୍ବ ପାଇଁ ସଂଘର୍ଷ କରୁଛ୍ି। ୨୦୧୯ ଲୋକସଭା ନିର୍ବାଚନ ସେମାନଙ୍କ ପାଇଁ ‘କର ବା ମର’ ଭଳି ପରିସ୍ଥିତି ସୃଷ୍ଟି କରିଛି। ପରିସ୍ଥିତି ଏଭଳି ହୋଇଛି ଯେ ଯେଉଁମାନେ ଏହାର ପରମ ଶତ୍ରୁ ଥିଲେ ‌ଆଜି ସେମାନଙ୍କର ହାତ ଧରି ନିଜର ଅସ୍ଥିତ୍ବ ରକ୍ଷା ପାଇଁ ଉଦ୍ୟମ ଚଳାଇଛି।
ବାମ ସାମ୍ମୁଖ୍ୟର ଏଭଳି ଅବସ୍ଥା ପାଇଁ ମୁଖ୍ୟତଃ ୪ଟି କାରଣ ରହିଛି। ଭୋଟ ବ୍ୟାଙ୍କ ଏହା ହାତରୁ ଖସିଛି, ଦଳୀୟ କର୍ମୀମାନଙ୍କର ମମତାଙ୍କ ଟିଏମସିକୁ ପଳାୟନ, ଦୁର୍ବଳ ନେତୃତ୍ବ ଏବଂ ବିଜେପିର ଉତ୍ଥାନ। ତିନି ଦଶନ୍ଧି ଧରି ଯେଉଁ ଭୋଟ ବ୍ୟାଙ୍କ ବାମପନ୍ଥୀଙ୍କ ହାତରେ ଥିଲା ତାହା ଆଉନାହିଁ। ଏହି ଭୋଟ ବ୍ୟ‌ାଙ୍କ ଏବେ ମମତାଙ୍କ ଆଡକୁ ଖସି ଯାଇଛି। ଏହାଛଡ଼ା ସାମ୍ମୁଖ୍ୟରେ ଆଉ ଜ୍ୟୋତି ବସୁ ଓ ବୁଦ୍ଧଦେବ ଭଟ୍ଟଚାର୍ଯ୍ୟଙ୍କ ଭଳି ନେତା ନାହାନ୍ତି। ସିପିଏମ ହେଉ କି ସିପିଆଇ ଦଳକୁ ସଂଗଠିତ କରି ରଖିବା ଭଳି ନେତା ମଧ୍ୟ ନାହାନ୍ତି। ରାଜ୍ୟରେ ୧୯୭୬ରେ କ୍ଷମତାକୁ ଆସିବା ପରେ ୧୯୮୦ରେ ଯେଉଁ ଲୋକସଭା ନିର୍ବାଚନ ହୋଇଥିଲା ଏଥିରେ ସାମ୍ମୁଖ୍ୟକୁ ମୋଟ୍ ୪୨ ଆସନ ମଧ୍ୟରୁ ୩୮ଟି ମିଳିଥିଲା। ଏହାଥିଲା ସାମ୍ମୁଖ୍ୟର ରେକର୍ଡ। ରାଜ୍ୟରୁ ଏତେ ଅାସନ ସାମ୍ମୁଖ୍ୟ କେବେ ଜିତି ନଥିଲା। ଏହି ନିର୍ବାଚନ ପରେ ସାମ୍ମୁଖ୍ୟକୁ ୫୦ ଭାଗରୁ ଅଧିକ ଭୋଟ ମିଳିଥିଲା। ତେବେ ୧୯୯୬ରେ ଏହି ଆସନ ସଂଖ୍ୟା ୩୩କୁ ଖସି ଆସିଥିଲା ବେଳେ ୨୦୦୪ରେ ଏହା ପୁଣି ୩୪କୁ ଉଠିଥିଲା। କିନ୍ତୁ ୨୦୦୯କୁ ଏହି ସଂଖ୍ୟା ୧୫କୁ ଖସି ଆସିଥିଲା। ଶେଷରେ ପରିସ୍ଥିତି ଏମିତି ହେଲା ‌େଯ ୨୦୧୪‌େର ରାଜ୍ୟରୁ ମାତ୍ର ୨ ଜଣ ନିର୍ବାଚିତ ହୋଇପାରିଲେ।
ରାଜ୍ୟରେ ଏଥର ଲୋକସଭା ନିର୍ବାଚନରେ ୪ଟି ଦଳ ମଧ୍ୟ‌େର ମୁଖ୍ୟ ମୁକାବିଲା ହେବାକୁ ଯାଉଛି। ଏହି ୪ଟି ଦଳ ହେଲେ ଟିଏମସି, ବିଜେପି, କଂଗ୍ରେସ ଓ ବାମ ସାମ୍ମୁଖ୍ୟ। ରାଜ୍ୟରେ କଂଗ୍ରେସ ସହ ମେଣ୍ଟ କରି ସାମ୍ମୁଖ୍ୟ ନିର୍ବାଚନ ଲଢ଼ିବାକୁ ଚାହିଥିଲା। କିନ୍ତୁ କଂଗ୍ରେସ ରାଜି ହେଉନାହିଁ।
ଏବେ ପରିସ୍ଥିତି ଏଭଳି ହୋଇଛି ‌େଯ ଆସନ୍ତା ନିର୍ବାଚନ ପାଇଁ ଏଜେଣ୍ଟ ମିଳୁ ନାହାନ୍ତି। ସିପିଏମର ଜଣେ ନେତା କହିଛନ୍ତି ଯେ ରାଜ୍ୟରେ ସେମାନଙ୍କର ଅବସ୍ଥା ଏମିତି ହେବ ବୋଲି କେବେ କଳ୍ପନା କରାଯାଇ ନଥିଲା। ରାଜ୍ୟରେ ୭୭ ହଜାର ‌ଭୋଟ ଗ୍ରହଣ କେନ୍ଦ୍ର ରହିଛି। ସେଥିମଧ୍ୟରୁ ୩୦ ଭାଗ ମତଦାନ କେନ୍ଦ୍ର ପାଇଁ ମଧ୍ୟ ଏଜେଣ୍ଟ ମିଳୁ ନାହାନ୍ତି।

କଂଗ୍ରେସ ଯିବେ ଶତ୍ରୁଘ୍ନ ସିହ୍ନା
ନୂଆଦିଲ୍ଲୀ: ବିଜେପି ସାଂସଦ ଶତ୍ରୁଘ୍ନ ସିହ୍ନା କଂଗ୍ରେସ ଟି‌େକଟରେ ଲଢ଼ିବେ ଲୋକସଭା ନିର୍ବ‌ାଚନ। ଦୀର୍ଘ କିଛି ଦିନ ଧରି ବିଜେପି ନେତୃତ୍ବକୁ ସମାଲୋଚନା କରି ଅାସୁଥିବା ସିହ୍ନା ଅାସନ୍ତା ୨୨ ତାରିଖରେ କଂଗ୍ରେସରେ ଯୋଗଦେବେ ବୋଲି ଖବର ମିଳିଛି। ଉକ୍ତ ଦିନ ବିହାରରେ ମହାମେଣ୍ଟର ଆସନ ବୁଝାମଣା ଘୋଷଣା କରାଯିବ। ଏହି ମେଣ୍ଟରେ ଲାଲୁଙ୍କ ଆରଜେଡି ଏବଂ କଂଗ୍ରେସ ରହିଛି। ତେବେ ସିହ୍ନା କେଉଁ ଆସନରୁ ଲଢ଼ିବେ ତାହା ଜଣପଡ଼ି ନାହିଁ। ଏବେ ସେ ପାଟନା ସାହେବର ପ୍ରତିନିଧିତ୍ବ କରୁଛନ୍ତି। ଏହି ଆସନରୁ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ପ୍ରାର୍ଥୀ କରିବ ବୋଲି ବିଜେପି ସୂଚନା ‌େଦଇଛି।

ସମ୍ବନ୍ଧିତ ଖବର