ନୂଆଦିଲ୍ଲୀ: ଦିଲ୍ଲୀ ସରକାର ସୋମବାର ଘୋଷଣା କରିଛନ୍ତି ଯେ ରାଜଧାନୀ ଦିଲ୍ଲୀରେ ମଦ୍ୟପାନର ବୟସ ଆଇନଗତ ଭାବେ ୨୫ରୁ ୨୧କୁ ହ୍ରାସ କରାଯାଇଛି।
ନିକଟରେ ଆମ୍ ଆଦମୀ ପାର୍ଟି(ଆପ୍) ସରକାର ଅବକାରୀ ନୀତିରେ ଅନେକ ସଂଶୋଧନ ଆଣିବା ବେଳେ ଏହି ପରିବର୍ତ୍ତନ ମଧ୍ୟ କରିଛନ୍ତି।
ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଆହୁରି ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା ମଧ୍ୟ କରିଛନ୍ତି। ସେ କହିଛନ୍ତି କି ଦିଲ୍ଲୀ ସରକାରଙ୍କ ଦ୍ବାରା ପରିଚାଳିତ ମଦ ଦୋକାନ ରହିବ ନାହିଁ ଓ ଜାତୀୟ ରାଜଧାନୀରେ ଆଉ କୌଣସି ପ୍ରକାରର ନୂଆ ମଦ ଦୋକାନ ଭବିଷ୍ୟତରେ ଖୋଲିବ ନାହିଁ।
The legal age to drink in Delhi will now be 21. There will be no government liquor stores in Delhi. No new liquor shops will be opened in the national capital: Delhi Deputy CM Manish Sisodia pic.twitter.com/F5TZun0t4V
— ANI (@ANI) March 22, 2021
ମଦ ଦୋକାନଗୁଡିକ ପାଇଁ ନୂତନ ନିୟମ ଘୋଷଣା କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି କି ମଦ ଦୋକାନଗୁଡିକର ଆକାର ୫୦୦ ବର୍ଗଫୁଟ ମଧ୍ୟରେ ରହିବ ଏବଂ ଏହି ଦୋକାନଗୁଡିକର ଝରକା ରାସ୍ତା ପଟରେ ରହିବ ନାହିଁ। ଏହି ନୂଆ ଅବକାରୀ ନୀତି ୨୦ ପ୍ରତିଶତ ରାଜସ୍ବ ବୃଦ୍ଧି କରିବ ବୋଲି ଆଶା କରାଯାଉଛି।