ନୂଆଦିଲ୍ଲୀ: ନିଜ ଦେଶର ହୋଇ ବି ଏମାନେ ଦେଶର ନୁହଁନ୍ତି । ଏମାନଙ୍କ ପାଇଁ ନିଜ ଦେଶ ବଡ ନୁହେଁ ବରଂ ପର ଦେଶ ବଡ । କାରଣ ଏମାନେ କିଛି ଅର୍ଥ ଲୋଭ ଆଗରେ ଦେଶର ସବୁ ସୁରକ୍ଷା ସମ୍ପର୍କୀତ ତଥ୍ୟ ଶତ୍ରୁ ଦେଶକୁ ଦେବାକୁ ପଛାଇ ନାହାନ୍ତି । ଯେଉଁ କାରଣରୁ ବିଗତ କିଛି ଦିନ ଭିତରେ ଜ୍ୟୋତି ମଲହୋତ୍ରାଙ୍କ ସମେତ ୧୧ ଜଣଙ୍କୁ ଗିରଫ କରାଯାଇଛି । 

Advertisment

ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରି ଦେଶଦ୍ରୋହୀ ସାଜିଥିବା ଏ ଅଭିଯୁକ୍ତଙ୍କୁ ମିଳିପାରେ କଠୋର ଦଣ୍ଡ । ତେବେ ନଜର ପକାନ୍ତୁ ଏମାନଙ୍କୁ କେଉଁ ଧାରାରେ କେଉଁ ଦଣ୍ଡ ମିଳିବ ? ସଜ୍ଜା କେତେ କଠୋର ହେବ ?

ପାକିସ୍ତାନ ପାଇଁ ଗୁଇନ୍ଦାଗିରି: କେଉଁ ଧାରାରେ କେଉଁ ଦଣ୍ଡ ?

ଧାରା ୧୫୨ (ବିଏନଏସ) ଅନୁଯାୟୀ
ଦେଶଦ୍ରୋହ ଓ ଦେଶ ବିରୋଧୀ ଗତିବିଧି ସମ୍ବନ୍ଧୀୟ ମାମଲାରେ ଏହି ଧାରା ଲାଗେ । ଭାରତର ଅଖଣ୍ଡତା ଏବଂ ସୁରକ୍ଷାକୁ ବିପଦରେ ପକାଇଲେ ଏହି ଧାରା ଲାଗେ । 
ଦଣ୍ଡ- ଯଦି ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ମୃତ୍ୟୁଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡ ମିଳେ ଏଥିସହ ଜରିମାନା ମଧ୍ୟ ଲାଗେ ।

ଧାରା ୧୪୭ (ବିଏନଏସ) 
ଦେଶ ବିରୋଧରେ ଯୁଦ୍ଧ କିମ୍ବା ଏପରି କୌଣସି ଗତିବିଧିରେ ଲିପ୍ତ ଥିଲେ ଅବା ଶତ୍ରୁ ଦେଶ ପାଇଁ ଗୁଇନ୍ଦାଗିରି କରୁଥିଲେ ଏହି ଧାରା ଲାଗିପାରେ ।
ଦଣ୍ଡ- ଯଦି ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ମୃତ୍ୟୁଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡ ମିଳେ ଏଥିସହ ଜରିମାନା ମଧ୍ୟ ଲାଗିପାରେ ।

ଧାରା ୧୪୮ (ବିଏନଏସ) 
ଗୁପ୍ତଚର ଭାବେ ଭାରତ ବିରୋଧରେ ଷଡ଼ଯନ୍ତ୍ର ଅପରାଧରେ ସମ୍ପୃକ୍ତ ଥିଲେ ଏହି ଧାରା ଲାଗିବ
ଦଣ୍ଡ- ଯଦି ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ଆଜୀବନ କାରାଦଣ୍ଡ କିମ୍ବା ୭ ବର୍ଷ ଜେଲଦଣ୍ଡ ମିଳେ ଏଥିସହ ଜରିମାନା ମଧ୍ୟ ଲାଗିପାରେ ।

ଧାରା ୩- ଅଫିସିଆଲ ସିକ୍ରେଟ୍ସ ଆକ୍ଟ ୧୯୨୩
ସୈନ୍ୟ ସମ୍ପର୍କିତ ଗୁପ୍ତ ସୂଚନା କିମ୍ବା ତଥ୍ୟ ଭୁଲ ଉପାୟରେ ହାସଲ କରି ବିଦେଶୀ ଏଜେଣ୍ଟଙ୍କୁ ଦେଲେ ୧୪ ବର୍ଷ ଯାଏଁ ଜେଲଦଣ୍ଡ

ଧାରା ୪- ଅଫିସିଆଲ ସିକ୍ରେଟ୍ସ ଆକ୍ଟ ୧୯୨୩
ଶତ୍ରୁ ଦେଶର ଏଜେଣ୍ଟଙ୍କ ସହ ସମ୍ପର୍କରେ ରହି ଭାରତର ସୁରକ୍ଷାକୁ ବିପଦରେ ପକାଇଲେ ଦୋଷୀକୁ ୨ ବର୍ଷ ଯାଏଁ ଜେଲ ଦଣ୍ଡ ହେବ

ଧାରା ୫- ଅଫିସିଆଲ ସିକ୍ରେଟ୍ସ ଆକ୍ଟ ୧୯୨୩
ଗୋପନୀୟ ତଥ୍ୟ ଅନଧିକୃତ ଭାବେ ହାସଲ କରି ଏହାର ଦୂରୁପଯୋଗ କରୁଥିଲେ ଅଭିଯୁକ୍ତ ଯଦି ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ୩ ବର୍ଷ ଯାଏଁ ଜେଲଦଣ୍ଡ କିମ୍ବା ଜରିମାନା ହୋଇପାରେ ।

ତେବେ ଯଦି ଗୁଇନ୍ଦାଗିରି କରୁଥିବା ବ୍ୟକ୍ତି ଆତଙ୍କବାଦୀ ଗତିବିଧିରେ ଜଡିତ ଥାନ୍ତି ତାହାଲେ ୟୁଏପିଏ ଲାଗୁ ହୁଏ । ଆଉ ଦୋଷୀ ସାବ୍ୟସ୍ତ ହେଲେ ୭ ବର୍ଷରୁ ଆରମ୍ଭ କରି ଆଜୀବନ କାରାଦଣ୍ଡ ମଧ୍ୟ ମିଳିଥାଏ...ଏବଂ କିଛି ସ୍ବତନ୍ତ୍ର ମାମଲାରେ ମୃତ୍ୟୁଦଣ୍ଡ ବି ମିଳିପାରେ...

youtuber-jyoti-malhotra | pakistan