୯୦ରେ ପଦାର୍ପଣ କଲେ ଲତା

ନୂଆଦିଲ୍ଲୀ: କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେଶକର ଆଜି ୯୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଲତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ତାଙ୍କର ଉତ୍ତମ ସ୍ବାସ୍ଥ୍ୟ କାମନା କରିଛନ୍ତି। ସେହିପରି ବିଜେପି ଅଧ୍ୟକ୍ଷ ଅମିତ ଶାହ ଏବଂ କ୍ରିକେଟର୍‌ ସଚ୍ଚିନ ତେନ୍ଦୁଲକର ମଧ୍ୟ ଲତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଲତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ବଲିଉଡ୍‌ରୁ ଶୁଭେଚ୍ଛାର ସୁଅ ଛୁଟିଛି। ସୁପରଷ୍ଟାର ଅମିତାଭ ବଚ୍ଚନ ଲତାଙ୍କ ପାଇଁ ଏକ ସ୍ବତନ୍ତ୍ର ବାର୍ତ୍ତା ରଖି ସୋସିଆଲ ମିଡିଆରେ ୭ ମିନିଟ୍‌ର ଏକ ‌ଭିଡିଓ ପୋଷ୍ଟ୍‌ କରିଛନ୍ତି। ଲତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଅମିତାଭ କହିଛନ୍ତି, ଲତାଜୀ ଆପଣଙ୍କ ସ୍ବର ବିନା ସଂଗୀତ ଅସମ୍ପୂର୍ଣ୍ଣ। ଅଭିନେତାରୁ ରାଜନେତା ବନିଥିବା ଧର୍ମେନ୍ଦ୍ର ମଧ୍ୟ ଲତାଙ୍କ ପାଇଁ ଏକ ସ୍ବତନ୍ତ୍ର ଭିଡିଓ ରେକର୍ଡିଂ କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ୧୯୨୯, ସେପ୍ଟେମ୍ବର ୨୮ରେ ଜନ୍ମଗ୍ରହଣ କରିଥିବା ଲତା ଭାରତ ରତ୍ନ, ପଦ୍ମ ଭୂଷଣ ଏବଂ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଛନ୍ତି।

ସମ୍ବନ୍ଧିତ ଖବର