କିମ୍ବଦନ୍ତୀ ଫିଲ୍ମ ନିର୍ଦ୍ଦେଶକ କେ ବିଶ୍ବନାଥଙ୍କ ପରଲୋକ

ନୂଆଦିଲ୍ଲୀ : କିମ୍ବଦନ୍ତୀ ଫିଲ୍ମ ନିର୍ଦ୍ଦେଶକ କେ ବିଶ୍ବନାଥଙ୍କର ୯୨ ବର୍ଷ ବୟସରେ ପରଲୋକ ଘଟିଛି। କେ ବିଶ୍ବନାଥ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା‌ରେ ପୀଡ଼ିତ ଥିଲେ। ଗୁରୁବାର ହାଇଦ୍ରାବାଦ ସ୍ଥିତ ଏକ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଦୀର୍ଘ ୭ ଦଶନ୍ଧିର କ୍ୟାରିୟର ମଧ୍ୟରେ ବିଶ୍ବନାଥ ଅନେକ ଫିଲ୍ମ ଲେଖିଛନ୍ତି, ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଅଭିନୟ ମଧ୍ୟ କରିଛନ୍ତି। ତେଲୁଗୁ ସିନେମା ଉପରେ ଫୋକସ୍‌ କରି କାମ କରିଥିଲେ ସୁଦ୍ଧା ଅନେକ ହିନ୍ଦୀ ରିମେକ୍‌ ପାଇଁ ବି ସେ ନିର୍ଦ୍ଦେଶନା ଦେଇଛନ୍ତି। ସାମାଜିକ ପ୍ରସଙ୍ଗ ଉପରେ ତାଙ୍କର ଫିଲ୍ମ ପାଇଁ ସେ ବେଶ୍‌ ପରିଚିତ। ତାଙ୍କ ଫିଲ୍ମ ୫ଟି ଜାତୀୟ ପୁରସ୍କାର ଏବଂ ୭ଟି ରାଜ୍ୟ ପୁରସ୍କାର ପାଇଛି। ବିଶ୍ବନାଥଙ୍କ ଅବଦାନ ପାଇଁ ତାଙ୍କୁ ଭାରତୀୟ ସିନେମାର ସର୍ବୋଚ୍ଚ ପୁରସ୍କାର ଦାଦାସାହେବ ଫାଲ୍‌କେ ମିଳିଛି। ବିଶ୍ବନାଥ ମଧ୍ୟ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି।

ସମ୍ବନ୍ଧିତ ଖବର